Instagram ଡାଟା ନୀତି
ଡାଟା ନୀତି
ଏହି ନୀତି ଆମେ Facebook, Instagram, Messenger ଏବଂ Facebook ଦ୍ୱାରା ଅଫର୍ କରାଯାଉଥିବା ଅନ୍ୟ ଉତ୍ପାଦ ଏବଂ ବୈଶିଷ୍ଟ୍ୟଗୁଡିକୁ (Facebook ଉତ୍ପାଦଗୁଡିକ କିମ୍ବା ଉତ୍ପାଦଗୁଡିକ ସମର୍ଥନ କରିବାକୁ ଆମେ ପ୍ରକ୍ରିୟାକରଣ କରୁଥିବା ସୂଚନାକୁ ବର୍ଣ୍ଣନା କରିଥାଏ । ଆପଣ Facebook ସେଟିଂସମୂହ ଏବଂ Instagram ସେଟିଂସମୂହରେ ଅତିରିକ୍ତ ଟୁଲ୍ ଏବଂ ସୂଚନା ପାଇପାରିବେ । I. ଆମେ କେଉଁ ପ୍ରକାରର ସୂଚନା ସଂଗ୍ରହ କରୁ?
Facebook ଉତ୍ପାଦଗୁଡିକ ପ୍ରଦାନ କରିବାକୁ, ଆମେ ନିଶ୍ଚିତ ରୂପେ ଆପଣଙ୍କ ବିଷୟରେ ସୂଚନା ପ୍ରକ୍ରିୟାକରଣ କରିବା ଉଚିତ । ଆମେ ସଂଗ୍ରହ କରୁଥିବା ସୂଚନାର ପ୍ରକାର ଆପଣ ଆମର ଉତ୍ପାଦଗୁଡିକୁ କିପରି ବ୍ୟବହାର କରନ୍ତି ତାହା ଉପରେ ନିର୍ଭର କରେ । Facebook ସେଟିଂସମୂହ ଏବଂ Instagram ସେଟିଂସମୂହ ଭ୍ରମଣ କରି ଆମେ ସଂଗ୍ରହ କରୁଥିବା ସୂଚନାକୁ କିପରି ଆପଣ ଆକସେସ୍ ଏବଂ ବିଲୋପ କରିପାରିବେ ତାହା ଜାଣିପାରିବେ ।ଆପଣ ଏବଂ ଅନ୍ୟମାନେ ଯାହା କରନ୍ତି ଏବଂ ପ୍ରଦାନ କରନ୍ତି।
ଆପଣ ପ୍ରଦାନ କରିଥିବା ସୂଚନା ଏବଂ ବିଷୟବସ୍ତୁ । ଆପଣ ଆମର ଉତ୍ପାଦଗୁଡିକ ବ୍ୟବହାର କରିବା ବେଳେ, ଯଥା ଏକ ଏକାଉଣ୍ଟ୍ ପାଇଁ ସାଇନ୍ ଅପ୍ କରିବା ବେଳେ, ବିଷୟବସ୍ତୁ ସୃଷ୍ଟି କିମ୍ବା ସେୟାର୍ କରିବା ବେଳେ, ଏବଂ ଅନ୍ୟମାନଙ୍କୁ ବାର୍ତ୍ତା ପଠାଇବା କିମ୍ବା ସହ କଥୋପକଥନ କରିବା ବେଳେ ଆପଣ ପ୍ରଦାନ କରୁଥିବା ବିଷୟବସ୍ତୁ, ଯୋଗାଯୋଗ ଏବଂ ଅନ୍ୟ ସୂଚନାକୁ ଆମେ ସଂଗ୍ରହ କରିଥାଉ । ଏହା ଆପଣ ପ୍ରଦାନ କରୁଥିବା ବିଷୟବସ୍ତୁରେ କିମ୍ବା ସମ୍ପର୍କରେ ସୂଚନା (ଯେପରିକି ମେଟାଡାଟା) ଅନ୍ତର୍ଭୁକ୍ତ କରିପାରେ, ଯେପରି କି ଏକ ଫଟୋର ଅବସ୍ଥାନ କିମ୍ବା ଫାଇଲ୍ ସୃଷ୍ଟି କରାଯାଇଥିବା ତାରିଖ । ଏହା ମଧ୍ୟ ଆମେ ପ୍ରଦାନ କରୁଥିବା ବୈଶିଷ୍ଟ୍ୟଗୁଡିକ ମାଧ୍ୟମରେ ଆପଣ ଯାହା ଦେଖିଥାନ୍ତି ତାହା ଅନ୍ତର୍ଭୁକ୍ତ କରିପାରେ, ଯେପରିକି ଆମର କ୍ୟାମେରା, ଫଳରେ ଆମେ ମାସ୍କ ଏବଂ ଫିଲ୍ଟର୍ଗୁଡିକ ପ୍ରସ୍ତାବ ଦେଇପାରୁ ଯାହା ଆପଣ ପସନ୍ଦ କରିପାରନ୍ତି, କିମ୍ବା ଆପଣଙ୍କୁ ପୋର୍ଟ୍ରେଟ୍ ମୋଡ୍ ବ୍ୟବହାର କରିବା ଉପରେ ଟିପ୍ପଣୀ ପ୍ରଦାନ କରିପାରିବୁ । ପ୍ରସଙ୍ଗ ଏବଂ ନିମ୍ନରେ ବର୍ଣ୍ଣିତ ଉଦ୍ଦେଶ୍ୟଗୁଡିକ ନିମନ୍ତେ ସେଗୁଡିକରେ କଣ ରହିଛି ତାହା ବିଶ୍ଳେଷଣ କରିବାକୁ ଆପଣ ଏବଂ ଅନ୍ୟମାନେ ପ୍ରଦାନ କରୁଥିବା ଯୋଗାଯୋଗ ଏବଂ ବିଷୟବସ୍ତୁକୁ ଆମର ସିଷ୍ଟମ ସ୍ୱତଃସ୍ପୃତ ଭାବେ ପ୍ରକ୍ରିୟାକରଣ କରିଥାଏ । ଆପଣ ସେୟାର୍ କରିଥିବା ବିଷୟଗୁଡିକୁ କେଉଁମାନେ ଦେଖିପାରିବେ ତାହା ଆପଣ କିପରି ନିୟନ୍ତ୍ରଣ କରିବେ, ସେ ବିଷୟରେ ଅଧିକ ଜାଣନ୍ତୁ। ।
ସ୍ୱତନ୍ତ୍ର ସୁରକ୍ଷାଗୁଡିକ ସହିତ ଡାଟା: ଆପଣଙ୍କ Facebook ପ୍ରୋଫାଇଲ୍ ଫିଲ୍ଡଗୁଡିକରେ କିମ୍ବା ଆପଣଙ୍କ ଧାର୍ମିକ ମତାମତ, ରାଜନୈତିକ ମତାମତ, ଆପଣ "କେଉଁଥିରେ ରୁଚି ରଖନ୍ତି" କିମ୍ବା ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜୀବନର ମହତ୍ତ୍ୱପୂର୍ଣ୍ଣ ଘଟଣା ବିଷୟରେ ସୂଚନା ପ୍ରଦାନ କରିବାକୁ ଆପଣ ବାଛିପାରିବେ । ଏହା ଏବଂ ଅନ୍ୟାନ୍ୟ ସୂଚନା (ଯେପରିକି ଜାତୀୟ କିମ୍ବା ଜାତୀୟ ମୂଳସ୍ଥାନ, ଦାର୍ଶନିକ ବିଶ୍ୱାସ କିମ୍ବା ଟ୍ରେଡ୍ ୟୁନିଅନ୍ ସଦସ୍ୟତା) EUର ନିୟମ ଅନୁଯାୟୀ ବିଶେଷ ସୁରକ୍ଷା ଅନୁଯାୟୀ ଅଟେ । ନେଟୱାର୍କ୍ ଏବଂ ସଂଯୋଗଗୁଡିକ । ଆମେ ଲୋକଙ୍କ, ପୃଷ୍ଠା, ଏକାଉଣ୍ଟ୍, ହାସ୍ଟ୍ୟାଗସ୍ ଏବଂ ଆପଣ ସଂଯୋଜିତ ଥିବା ଗୋଷ୍ଠୀ ତଥା ଆପଣ ସେମାନଙ୍କ ସହ ଆମର ସମସ୍ତ ଉତ୍ପାଦରେ କିପରି କଥୋପକଥନ କରନ୍ତି, ଯେପରିକି ଆପଣ ଅଂଶଗ୍ରହଣ କରିଥିବା ଗୋଷ୍ଠୀ କିମ୍ବା ଲୋକଙ୍କ ସହ ସର୍ବାଧିକ ହେଉଥିବା ଆପଣଙ୍କ କଥାବାର୍ତ୍ତା ବିଷୟରେ ସୂଚନା ସଂଗ୍ରହ କରୁ । ଯଦି ଆପଣ ଏକ ଡିଭାଇସ୍ରୁ ଅପଲୋଡ୍ କରିବା, ସିଙ୍କ କରିବା କିମ୍ବା ଏଥିରୁ ଆମଦାନି କରିବାକୁ ବାଛିବେ ଆମେ ମଧ୍ୟ ସମ୍ପର୍କ ସୂଚନା ସଂଗ୍ରହ କରିଥାଉ (ଯେପରିକି ଏକ ଠିକଣା ପୁସ୍ତିକା କିମ୍ବା କଲ୍ ଲଗ୍ କିମ୍ବା SMS ଲଗ୍ ଇତିହାସ), ଯାହା ଆମେ ଆପଣଙ୍କୁ ଏବଂ ଆପଣ ଜାଣିଥିବା ଅନ୍ୟ ଲୋକମାନଙ୍କୁ ଖୋଜିବାରେ ଏବଂ ନିମ୍ନରେ ତାଲିକାଭୁକ୍ତ ଅନ୍ୟ ଉଦ୍ଦେଶ୍ୟଗୁଡିକ ନିମନ୍ତେ ସହାୟତା କରିବା ପରି ବିଷୟଗୁଡିକ ପାଇଁ ବ୍ୟବହାର କରିଥାଉ । ଆପଣଙ୍କ ବ୍ୟବହାର । ଆପଣ ଆମ ଉତ୍ପାଦ କିପରି ବ୍ୟବହାର କରନ୍ତି ସେ ବିଷୟରେ ଆମେ ସୂଚନା ସଂଗ୍ରହ କରୁ, ଯେପରିକି ଆପଣ ଦେଖିବା କିମ୍ବା ଜଡିତ ହେବା ବିଷୟବସ୍ତୁର ପ୍ରକାର, ଆପଣ ବ୍ୟବହାର କରୁଥିବା ବୈଶିଷ୍ଟ୍ୟ; ଆପଣ ଗ୍ରହଣ କରୁଥିବା ପଦକ୍ଷେପ; ଆପଣ ଯୋଗାଯୋଗ କରୁଥିବା ବ୍ୟକ୍ତି କିମ୍ବା ଏକାଉଣ୍ଟ; ଆପଣଙ୍କ କାର୍ଯ୍ୟକଳାପର ସମୟ, ବାରମ୍ବାରତା ଏବଂ ଅବଧି । ଉଦାହରଣ ସ୍ୱରୂପ, ଆପଣ ଆମ ଉତ୍ପାଦ ବ୍ୟବହାର କରିବା ବେଳେ ଏବଂ ଶେଷ ଥର ବ୍ୟବହାର କରିଥିବା, କେଉଁ ପୋଷ୍ଟ, ଭିଡିଓ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଆମେ ଉତ୍ପାଦରେ ଆପଣ ଦେଖିଛନ୍ତି ଆମେ ତାହା ଲଗ୍ କରୁ । ଆମ କ୍ୟାମେରା ପରି ବୈଶିଷ୍ଟ୍ୟ ଆପଣ କିପରି ବ୍ୟବହାର କରନ୍ତି ତାହା ଉପରେ ଆମେ ସୂଚନା ମଧ୍ୟ ସଂଗ୍ରହ କରୁ । ଆମ ଉତ୍ପାଦଗୁଡିକରେ କରାଯାଇଥିବା କାରବାରଗୁଡିକ ବିଷୟରେ ସୂଚନା । ଯଦି ଆପଣ ଆମର ଉତ୍ପାଦଗୁଡ଼ିକୁ କ୍ରୟ କିମ୍ବା ଅନ୍ୟାନ୍ୟ ଆର୍ଥିକ କାରବାର (ଯେପରିକି ଆପଣ ଏକ ଗେମ୍ କ୍ରୟ କରିବା ବେଳେ କିମ୍ବା ଏକ ଡୋନେସନ୍ ଦେବା ବେଳେ) ବ୍ୟବହାର କରନ୍ତି, ଆମେ କ୍ରୟ କିମ୍ବା କାରବାର ବିଷୟରେ ସୂଚନା ସଂଗ୍ରହ କରୁ । ଏହା ଦେୟ ସୂଚନା ଅନ୍ତର୍ଭୁକ୍ତ କରେ, ଯେପରିକି ଆପଣଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ନମ୍ବର ଏବଂ ଅନ୍ୟାନ୍ୟ କାର୍ଡ ସୂଚନା; ଅନ୍ୟାନ୍ୟ ଏକାଉଣ୍ଟ୍ ଏବଂ ପ୍ରାମାଣିକରଣ ସୂଚନା, ଏବଂ ବିଲିଙ୍ଗ, ସିପିଂ ଏବଂ ଯୋଗାଯୋଗ ବିବରଣୀ । ଅନ୍ୟମାନେ କରୁଥିବା ବିଷୟ ଏବଂ ଆପଣଙ୍କ ବିଷୟରେ ସେମାନେ ପ୍ରଦାନ କରୁଥିବା ସୂଚନା । ଆମେ ବିଷୟବସ୍ତୁ, କଥୋପକଥନ ଏବଂ ସୂଚନା ଯାହା ଅନ୍ୟ ଲୋକମାନେ ଆମ ଉତ୍ପାଦ ବ୍ୟବହାର କରିବା ବେଳେ ପ୍ରଦାନ କରନ୍ତି, ଗ୍ରହଣ କରୁ ଓ ସମୀ଼କ୍ଷା କରୁ । ଏହା ଆପଣଙ୍କ ବିଷୟରେ ସୂଚନା ଅନ୍ତର୍ଭୁକ୍ତ କରିପାରେ, ଯେପରିକି ଅନ୍ୟମାନେ ଆପଣଙ୍କ ଫଟୋ ଶେୟାର କରିବା ବେଳେ କିମ୍ବା ଏହା ଉପରେ ମନ୍ତବ୍ୟ ଦେବା ବେଳେ, ଆପଣଙ୍କୁ ଏକ ବାର୍ତ୍ତା ପଠାଇବା ବେଳେ, ଆପଣଙ୍କ ସମ୍ପର୍କ ସୂଚନା ଅପଲୋଡ୍, ସିଙ୍କ କିମ୍ବା ଆମଦାନୀ କରିବା ବେଳେ ।ଡିଭାଇସ୍ ସୂଚନାନିମ୍ନରେ ବ୍ୟାଖ୍ୟା କରାଯାଇଥିବା ପରି, ଆମର ଉତ୍ପାଦଗୁଡିକ ସହ ସମ୍ମିଳିତ କରୁଥିବା ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟର୍, ଫୋନ୍, ସଂଯୋଜିତ TV ଏବଂ ଅନ୍ୟ ୱେବ୍-ସଂଯୋଜିତ ଡିଭାଇସ୍ ଠାରୁ ଏବଂ ବିଷୟରେ ଆମେ ସୂଚନା ସଂଗ୍ରହ କରୁ, ଏବଂ ଆମେ ଆପଣ ବ୍ୟବହାର କରୁଥିବା ସମସ୍ତ ପୃଥକ୍ ଡିଭାଇସ୍ଗୁଡିକରେ ଏହି ସୂଚନା ଏକତ୍ର କରିଥାଉ । ଉଦାହରଣ ସ୍ୱରୂପ, ବିଷୟବସ୍ତୁ (ଯଥା ବିଜ୍ଞାପନ) ବ୍ୟକ୍ତିଗତକରଣରେ ଉନ୍ନତି ଆଣିବାକୁ ଆପଣଙ୍କ ଫୋନ୍ରେ ଆପଣ ବ୍ୟବହାର କରୁଥିବା ଆମ ଉତ୍ପାଦଗୁଡିକ କିମ୍ବା ଅନ୍ୟ ଡିଭାଇସ୍ରେ ଯେପରିକି ଲାପଟପ୍ କିମ୍ବା ଟାବଲେଟ୍ରେ ଆପଣ ଆମ ଉତ୍ପାଦଗୁଡିକ ବ୍ୟବହାର କରିବା ବେଳେ ଆପଣ ଦେଖୁଥିବା ବୈଶିଷ୍ଟ୍ୟଗୁଡିକ, କିମ୍ବା ଆପଣଙ୍କ ଫୋନ୍ରେ କିମ୍ବା ଭିନ୍ନ ଏକ ଡିଭାଇସରେ ଆମେ ଆପଣଙ୍କୁ ଦେଖାଇଥିବା ବିଜ୍ଞାପନ ଉପରେ ଆପଣ ନେଇଥିବା ପଦକ୍ଷେପ ପରିମାପ କରିବାକୁ ଏହା ବିଷୟରେ ଆମେ ସୂଚନା ସଂଗ୍ରହ କରୁ।ଏହି ଡିଭାଇସଗୁଡିକରୁ ଆମେ ହାସଲ କରୁଥିବା ସୂଚନା ଅନ୍ତର୍ଭୁକ୍ତ କରେ:
ଡିଭାଇସ୍ର ଗୁଣବତ୍ତାଗୁଡିକ: ସୂଚନା ଯେପରିକି ଅପରେଟିଙ୍ଗ ସିଷ୍ଟମ, ହାର୍ଡୱେୟାର ଏବଂ ସଫ୍ଟୱେୟାର ସଂସ୍କରଣ, ବ୍ୟାଟେରୀ ସ୍ତର, ସିଗନାଲ୍ ସାମର୍ଥ୍ୟ, ଉପଲବ୍ଧ ଷ୍ଟୋରେଜ୍ ସ୍ପେସ୍, ବ୍ରାଉଜର୍ ପ୍ରକାର, ଆପ୍ଲିକେସନ୍ ଓ ଫାଇଲ୍ ନାମ ଏବଂ ପ୍ରକାର, ଏବଂ ପ୍ଲଗଇନସ୍ । ଡିଭାଇସ୍ ସଞ୍ଚାଳନା: ସଞ୍ଚାଳନା ଏବଂ ଡିଭାଇସରେ କରାଯାଇଥିବା ଗତିବିଧି ବିଷୟରେ ସୂଚନା, ଯେପରିକି ଏକ ୱିଣ୍ଡୋ ଫୋରଗ୍ରାଉଣ୍ଡରେ କିମ୍ବା ବ୍ୟାକଗ୍ରାଉଣ୍ଡରେ ଥିବା, କିମ୍ବା ମାଉସ୍ର ଗତିବିଧି (ଯାହା ମାନବଙ୍କୁ ବଟସ୍ରୁ ପୃଥକ କରିବାରେ ସହାୟତା କରିପାରେ)। ଚିହ୍ନଟକ: ସ୍ୱତନ୍ତ୍ର ଚିହ୍ନଟକ, ଡିଭାଇସ୍ IDଗୁଡିକ, ଏବଂ ଅନ୍ୟାନ୍ୟ ଚିହ୍ନଟକ, ଯେପରିକି ଆପଣ ବ୍ୟବହାର କରିବା ଗେମ୍, ଆପ୍ଲିକେସନ୍ କିମ୍ବା ଏକାଉଣ୍ଟ୍, ଏବଂ ପରିବାର ଡିଭାଇସ୍ IDଗୁଡିକରୁ (କିମ୍ବା ଅନ୍ୟ ଚିହ୍ନଟକ ଯାହା ସମାନ ଡିଭାଇସ୍ କିମ୍ବା ଏକାଉଣ୍ଟ୍ ସହ ଜଡିତ ହୋଇଥିବା Facebook କମ୍ପାନୀ ଉତ୍ପାଦଗୁଡିକକୁ ସ୍ୱତନ୍ତ୍ର ହୋଇଥାଏ) । ଡିଭାଇସ୍ ସିଗନାଲ୍: ବ୍ଲୁଟୁଥ୍ ସିଗନାଲ୍, ଏବଂ ନିକଟସ୍ଥ ୱାଇ-ଫାଇ ଆକସେସ୍ ପଏଣ୍ଟ, ବିୟକନ୍ ଏବଂ ସେଲ୍ ଟାୱାର୍ଗୁଡିକ ବିଷୟରେ ସୂଚନା। ଡିଭାଇସ୍ ସେଟିଂସମୂହରୁ ଡାଟା: ଆପଣ ଅନ୍ କରିବା ଡିଭାଇସ୍ ସେଟିଂସମୂହ ମାଧ୍ୟମରେ ଆମକୁ ପ୍ରାପ୍ତ କରିବାରେ ଅନୁମତି ଦେବା ସୂଚନା, ଯେପରିକି ଆପଣଙ୍କ GPS ଲୋକେସନ୍, କ୍ୟାମେରା କିମ୍ବା ଫଟୋଗୁଡିକୁ ଆକ୍ସେସ୍ ଦେବା। ନେଟୱାର୍କ ଏବଂ ସଂଯୋଜନା: ଆପଣଙ୍କ ମୋବାଇଲ୍ ଅପରେଟର୍ଙ୍କ କିମ୍ବା ISPର ନାମ, ଭାଷା, ସମୟ ଅଞ୍ଚଳ, ମୋବାଇଲ୍ ଫୋନ୍ ନମ୍ବର, IP ଠିକଣା, ସଂଯୋଜନାର ବେଗ ଇତ୍ୟାଦିର ସୂଚନା ଏବଂ, କିଛି କ୍ଷେତ୍ରରେ, ଆପଣଙ୍କ ନିକଟରେ କିମ୍ବା ଆପଣଙ୍କ ନେଟୱାର୍କରେ ଥିବା ଡିଭାଇସ୍ଗୁଡିକ ବିଷୟରେ ସୂଚନା, ଯାହା ଦ୍ୱାରା ଆପଣଙ୍କ ଫୋନ୍ରୁ ଆପଣଙ୍କ TVରେ ଏକ ଭିଡିଓ ଷ୍ଟ୍ରିମ୍ କରିବାରେ ସହାୟତା କରିବା ପରି ବିଷୟ ଆମେ କରିପାରୁ। କୁକୀ ଡାଟା: କୁକୀ IDଗୁଡିକ ଏବଂ ସେଟିଂ ଅନ୍ତର୍ଭୁକ୍ତ କରି ଆପଣଙ୍କ ଡିଭାଇସ୍ରେ ଷ୍ଟୋର୍ କରାଯାଇଥିବା କୁକୀଗୁଡିକ। Facebook କୁକୀ ନୀତି ଏବଂ Instagram କୁକୀ ନୀତିରେ କୁକୀଗୁଡିକ ଆମେ କିପରି ବ୍ୟବହାର କରିଥାଉ ତାହା ବିଷୟରେ ଅଧିକ ଜାଣନ୍ତୁ ।ଅଂଶୀଦାରମାନଙ୍କ ଠାରୁ ସୂଚନା ।ବିଜ୍ଞାପନଦାତା, ଆପ୍ଲିକେସନ୍ ଡେଭଲପର୍, ଏବଂ ପ୍ରକାଶକମାନେ ସେମାନେ ବ୍ୟବହାର କରୁଥିବା Facebook ବ୍ୟବସାୟ ଆପ୍ଲିକେସନ୍ଗୁଡିକ ମାଧ୍ୟମରେ ଆମକୁ ସୂଚନା ପ୍ରେରଣ କରିପାରିବେ, ଯଥା ଆମାର ସାମାଜିକ ପ୍ଲଗ୍-ଇନ୍ଗୁଡିକ (ଯେପରିକି ପସନ୍ଦ ବଟନ୍), Facebook ଲଗଇନ୍, ଆମର APIଗୁଡିକ ଏବଂ SDKଗୁଡିକ, କିମ୍ବା Facebook ପିକ୍ସେଲ୍ । ଏହି ଅଂଶୀଦାରମାନେ Facebook ବାହାରେ ଆପଣଙ୍କ କାର୍ଯ୍ୟକଳାପଗୁଡିକ ସମ୍ପର୍କରେ ସୂଚନା ପ୍ରଦାନ କରିଥାନ୍ତି—ଯଥା ଆପଣଙ୍କ ଡିଭାଇସ୍, ଆପଣ ପରିଦର୍ଶନ କରୁଥିବା ୱେବସାଇଟ୍, ଆପଣ କରୁଥିବା କ୍ରୟ, ଆପଣ ଦେଖୁଥିବା ବିଜ୍ଞାପନ, ଏବଂ ଆପଣ ସେମାନଙ୍କର ସେବାଗୁଡିକୁ କିପରି ବ୍ୟବହାର କରିଥାନ୍ତି ସେ ସମ୍ପର୍କରେ ସୂଚନା—ଆପଣଙ୍କର ଏକ Facebook ଏକାଉଣ୍ଟ୍ ଅଛି କି ନାହିଁ କିମ୍ବା Facebookରେ ଲଗଇନ୍ କରିଛନ୍ତି କି ନାହିଁ ତାହା ଯାହା ହେଉନା କାହିଁକି । ଉଦାହରଣ ସ୍ୱରୂପ, ଏକ ଗେମ୍ ଡେଭଲପର୍ ଆପଣ କେଉଁ ଗେମ୍ ଖେଳନ୍ତି, ଏହାର ଷ୍ଟୋର୍ରେ ଆପଣ କରିଥିବା ଏକ କ୍ରୟ ସମ୍ପର୍କରେ ଆମକୁ କହିବାକୁ ଆମର API ବ୍ୟବହାର କରିପାରିବେ । ଆମେ ମଧ୍ୟ ଆପଣଙ୍କ ଅନଲାଇନ୍ ଏବଂ ଅଫଲାଇନ୍ କାର୍ଯ୍ୟ ଏବଂ ଆମକୁ ଆପଣଙ୍କ ସୂଚନା ପ୍ରଦାନ କରିବା ପାଇଁ ଅଧିକାର ରହିଥିବା ତୃତୀୟ-ପକ୍ଷ ଡାଟା ପ୍ରଦାନକାରୀଙ୍କ ଠାରୁ କ୍ରୟଗୁଡିକ ସମ୍ପର୍କରେ ସୂଚନା ପ୍ରାପ୍ତ କରିଥାଉ ।ଅଂଶୀଦାରମାନେ ଆପଣ ଯେତେବେଳେ ସେମାନଙ୍କର ସେବାଗୁଡିକ ଭ୍ରମଣ କିମ୍ବା ବ୍ୟବହାର କରିଥାନ୍ତି କିମ୍ବା ସେମାନେ କାର୍ଯ୍ୟ କରୁଥିବା ତୃତୀୟ ପକ୍ଷଗୁଡିକ ଠାରୁ ଆପଣଙ୍କ ଡାଟା ପ୍ରାପ୍ତ କରିଥାନ୍ତି । ଆମେ ଆବଶ୍ୟକ କରିଥାଉ ଯେ ପ୍ରତ୍ୟେକ ଅଂଶୀଦାରଙ୍କର ଆମକୁ ଯେକୌଣସି ଡାଟା ପ୍ରଦାନ କରିବା ପୂର୍ବରୁ ଆପଣଙ୍କ ଡାଟା ସଂଗ୍ରହ, ବ୍ୟବହାର ଏବଂ ସେୟାର୍ କରିବାକୁ ଆଇନ୍ଗତ ଅଧିକାର ରହିବା ଆବଶ୍ୟକ । ଆମେ ଯେଉଁ ଭାଗୀଦାରଙ୍କଠାରୁ ତଥ୍ୟ ଲାଭ କରୁ ସେମାନଙ୍କ ବିଷୟରେ ଅଧିକ ଜାଣନ୍ତୁ ।Facebook ବ୍ୟବସାୟ ଟୁଲ୍ଗୁଡିକରେ ଆମେ କିପରି କୁକୀଗୁଡିକ ବ୍ୟବହାର କରୁ ତାହା ବିଷୟରେ ଅଧିକ ଜାଣିବାକୁ, Facebook କୁକୀ ନୀତି ଏବଂ Instagram କୁକୀ ନୀତି ସମୀକ୍ଷା କରନ୍ତୁ ।
II. ଆମେ ଏହି ସୂଚନା କିପରି ବ୍ୟବହାର କରୁ?
Facebook ସର୍ତ୍ତାବଳୀ ଏବଂ Instagram ସର୍ତ୍ତାବଳୀରେ ବ୍ୟାଖ୍ୟା କରାଯାଇଥିବା ପରି Facebook ଉତ୍ପାଦ ଏବଂ ସମ୍ବନ୍ଧିତ ସେବାଗୁଡିକ ପ୍ରଦାନ କରିବାକୁ ଏବଂ ସମର୍ଥନ ଦେବାକୁ ନିମ୍ନରେ ବ୍ୟାଖ୍ୟା କରାଯାଇଥିବା ପରି ଆମ ପାଖେ ଥିବା ସୂଚନା ଆମେ ବ୍ୟବହାର କରୁ (ଆପଣ କରିଥିବା ପସନ୍ଦକୁ ଆଧାର କରି) । କିପରି କରୁ ଏଠାରେ ରହିଛି:
ଆମର ଉତ୍ପାଦଗୁଡିକ ପ୍ରଦାନ, ବ୍ୟକ୍ତିଭିତ୍ତିକ କରିବାକୁ ତଥା ସେଥିରେ ଉନ୍ନତି ଆଣିବାକୁ।ବୈଶିଷ୍ଟ୍ୟ ଏବଂ ବିଷୟବସ୍ତୁ (ଯଥା ଆପଣଙ୍କ ନ୍ୟୁଜ୍ ଫିଡ୍, Instagram ଫିଡ୍, Instagram ଷ୍ଟୋରୀ ଓ ବିଜ୍ଞାପନଗୁଡିକ) ବ୍ୟକ୍ତିଗତକରଣ କରିବା ସମେତ, ଆମର ଉତ୍ପାଦଗୁଡିକୁ ବିତରଣ କରିବାକୁ ରହିଥିବା ସୂଚନା ଆମେ ବ୍ୟବହାର କରିଥାଉ ଏବଂ ଆମର ଉତ୍ପାଦଗୁଡିକରେ ଏବଂ ବାହାରେ ଆପଣଙ୍କ ପାଇଁ ପ୍ରସ୍ତାବଗୁଡିକ କରିଥାଉ (ଯେପରିକି ଆପଣ ଆଗ୍ରହୀ ହେବାର ସମ୍ଭାବନା ଥିବା ଗୋଷ୍ଠୀ କିମ୍ବା ଇଭେଣ୍ଟ୍ଗୁଡିକ କିମ୍ବା ଆପଣ ଅନୁସରଣ କରିବାକୁ ଇଚ୍ଛା କରୁଥିବା ପ୍ରସଙ୍ଗଗୁଡିକ) । ଆପଣଙ୍କ ପାଇଁ ସ୍ୱତନ୍ତ୍ର ଏବଂ ପ୍ରାସଙ୍ଗିକ ହେଉଥିବା ବ୍ୟକ୍ତିଗତକୃତ ଉତ୍ପାଦଗୁଡିକ ସୃଷ୍ଟି କରିବାକୁ, ଆମେ ଆପଣ ଏବଂ ଅନ୍ୟମାନଙ୍କ ଠାରୁ ସଂଗ୍ରହ କରିଥିବା ଏବଂ ଜାଣିଥିବା ଡାଟା ଉପରେ ଆଧାର କରି ଆପଣଙ୍କ ସମ୍ପର୍କ, ଅଗ୍ରାଧିକାର, ଆଗ୍ରହ ଏବଂ କାର୍ଯ୍ୟକଳାପଗୁଡିକ ବ୍ୟବହାର କରିଥାଉ (ଯଥା ସ୍ୱତନ୍ତ୍ର ସୁରକ୍ଷାଗୁଡିକ ଥିବା ଯେକୌଣସି ଡାଟା ଯାହାକି ଆପଣ ପ୍ରଦାନ କରିବାକୁ ବାଛିଥାନ୍ତି ଯେଉଁଠାରେ ଆପଣ ନିଜର ସ୍ପଷ୍ଟ ସମ୍ମତି ପ୍ରଦାନ କରିଛନ୍ତି); ଆପଣ ଆମର ଉତ୍ପାଦଗୁଡିକ କିପରି ବ୍ୟବହାର କରିଥାନ୍ତି ଏବଂ ସେଗୁଡିକ ସହିତ କିପରି ପାରସ୍ପରିକ କ୍ରିୟା କରିଥାନ୍ତି; ଏବଂ ଆପଣ ଆମର ଉତ୍ପାଦଗୁଡିକରେ ଏବଂ ବାହାରେ ସଂଯୋଜିତ ଓ ଆଗ୍ରହୀ ଥିବା ଲୋକ, ସ୍ଥାନ, କିମ୍ବା ବିଷୟଗୁଡିକ । ଆପଣଙ୍କ Facebook ଏବଂ Instegram ଅନୁଭୂତିକୁ ବ୍ୟକ୍ତିଗତକରଣ କରିବାକୁ ଆମେ କିପରି ଆପଣଙ୍କ ବିଷୟରେ ସୂଚନା ସଂଗ୍ରହ କରିଥାଉ ସେ ବିଷୟରେ ଅଧିକ ଜାଣନ୍ତୁ, ଯଥା Facebook ଉତ୍ପାଦଗୁଡିକରେ ବୈଶିଷ୍ଟ୍ୟ, ବିଷୟବସ୍ତୁ ଏବଂ ସୁପାରିଶଗୁଡିକ; ଆପଣ ଦେଖୁଥିବା ବିଜ୍ଞାପନଗୁଡିକ ଆମେ କିପରି ବାଛିଥାଉ ସେ ସମ୍ପର୍କରେ ଆପଣ ମଧ୍ୟ ଅଧିକ ଜାଣିପାରିବେ ।
ସମଗ୍ର Facebook ଉତ୍ପାଦ ଏବଂ ଡିଭାଇସ୍ଗୁଡିକରେ ସୂଚନା: ଆପଣ ବ୍ୟବହାର କରୁଥିବା ସମସ୍ତ Facebook ଉତ୍ପାଦରେ, ଆପଣ ଯେଉଁଠାରେ ବି ତାହା ବ୍ୟବହାର କରୁଥାଆନ୍ତୁ, ଆପଣଙ୍କୁ ସଂକ୍ଷିପ୍ତ ତଥା ସ୍ଥିର ଅନୁଭୂତି ପ୍ରଦାନ କରିବାକୁ ଭିନ୍ନ Facebook ଉତ୍ପାଦ ଏବଂ ଡିଭାଇସ୍ରେ ଆପଣଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ଆମେ ସଂଗ୍ରହ କରୁ। ଉଦାହରଣ ସ୍ୱରୂପ, Instagramରେ ଆପଣ ଅନୁସରଣ କରୁଥିବା ଲୋକମାନେ କିମ୍ବା Messenger ବ୍ୟବହାର କରି ଯୋଗାଯୋଗ କରୁଥିବା ଲୋକମାନେ ରହିଥିବା Facebookରେ ଏକ ଗୋଷ୍ଠୀରେ ଆପଣଙ୍କୁ ଯୋଗଦେବାକୁ ଆମେ ପରାମର୍ଶ ଦେଇପାରୁ । ଆମେ ଆପଣଙ୍କ ଅନୁଭୂତିକୁ ଅଧିକ ବାଧାରହିତ ମଧ୍ୟ କରିପାରୁ, ଉଦାହରଣ ସ୍ୱରୂପ, ଭିନ୍ନ ଏକ ଉତ୍ପାଦର ଏକାଉଣ୍ଟ୍ ପାଇଁ ଆପଣ ସାଇନ୍ ଅପ୍ କରିବା ବେଳେ Facebookରେ ଥିବା ଆପଣଙ୍କ ପଞ୍ଜିକରଣ ସୂଚନା ସ୍ୱତଃସ୍ପୃତ ଭାବେ ପୂରଣ କରି (ଯେପରିକି ଆପଣଙ୍କ ଫୋନ୍ ନମ୍ବର)। ଅବସ୍ଥାନ-ସମ୍ବନ୍ଧୀୟ ସୂଚନା: ଆମେ ଅବସ୍ଥାନ-ସମ୍ବନ୍ଧୀୟ ସୂଚନା ବ୍ୟବହାର କରୁ-ଯେପରିକି ଆପଣଙ୍କ ତଥା ଅନ୍ୟମାନଙ୍କ ପାଇଁ ଆପଣଙ୍କ ସାମ୍ପ୍ରତିକ ଅବସ୍ଥାନ, ଆପଣ କେଉଁଠାରେ ରୁହନ୍ତି, ଆମର ଉତ୍ପାଦଗୁଡିକ, ଯଥା ବିଜ୍ଞାପନଗୁଡିକ ପ୍ରଦାନ, ବ୍ୟକ୍ତିଗତକରଣ ଏବଂ ଉନ୍ନତ କରିବା ପାଇଁ ଆପଣଙ୍କ ପାଖାପାଖି ଥିବା ବ୍ୟବସାୟ ଏବଂ ଲୋକମାନେ । ଅବସ୍ଥାନ-ଆଧାରିତ ସୂଚନା ସଠିକ୍ ଡିଭାଇସ୍ ଅବସ୍ଥାନ (ଯଦି ଆପଣ ଏହାକୁ ସଂଗ୍ରହ କରିବାକୁ ଅନୁମତି ଦେଇଛନ୍ତି), IP ଠିକଣା, ଏବଂ Facebook ଉତ୍ପାଦଗୁଡିକ ଆପଣଙ୍କ କିମ୍ବା ଅନ୍ୟମାନଙ୍କ ଦ୍ୱାରା ବ୍ୟବହାରରୁ ଆସିଥିବା ସୂଚନା (ଯେପରିକି ଚେକ୍-ଇନସ କିମ୍ବା ଆପଣ ଯୋଗ ଦେଇଥିବା ଇଭେଣ୍ଟ)କୁ ଆଧାର କରି ହୋଇଥାଏ। ଉତ୍ପାଦ ଗବେଷଣା ଏବଂ ବିକାଶ: ନୂତନ ଉତ୍ପାଦ ଏବଂ ବୈଶିଷ୍ଟ୍ୟଗୁଡିକର ସର୍ଭେ, ଅନୁସନ୍ଧାନ, ପରୀକ୍ଷା ଏବଂ ସମସ୍ୟା ନିବାରଣର ଆୟୋଜନ କରିବା ଅନ୍ତର୍ଭୁକ୍ତ କରି, ଆମ ପାଖରେ ଥିବା ସୂଚନାକୁ ଆମେ ଆମ ଉତ୍ପାଦଗୁଡିକର ବିକାଶ,, ପରୀକ୍ଷା ଏବଂ ଉନ୍ନତି କରିବାରେ ବ୍ୟବହାର କରୁ। ମୁହଁ ଚିହ୍ନଟକରଣ: ଯଦି ଆପଣ ଏହାକୁ ଅନ୍ କରିଛନ୍ତି, ଆପଣଙ୍କ ଫଟୋ, ଭିଡିଓ ଏବଂ କ୍ୟାମେରା ଅନୁଭୂତି ଚିହ୍ନଟ କରିବାକୁ ଆମେ ମୁହଁ ଚିହ୍ନଟକରଣ ଟେକ୍ନୋଲୋଜି ବ୍ୟବହାର କରୁ। ଆମେ ସୃଷ୍ଟି କରିଥିବା ମୁହଁ-ଚିହ୍ନଟକରଣ ଟେମ୍ପଲେଟ୍ଗୁଡିକ ହେଉଛି EU ଆଇନ ଅଧୀନସ୍ଥ ବିଶେଷ ସୁରକ୍ଷା ସହ ଡାଟା । Facebook ସେଟିଂସ୍ରେ ଆମେ କିପରି ମୁହଁ ଚିହ୍ନଟକରଣ ଟେକ୍ନୋଲୋଜି ବ୍ୟବହାର କରୁ, ଏବଂ ଏହି ଟେକ୍ନୋଲୋଜିର ବ୍ୟବହାରକୁ କିପରି ନିୟନ୍ତ୍ରଣ କରୁ ତାହା ଉପରେ ଅଧିକ ଜାଣନ୍ତୁ । ଯଦି ଆମେ ଆପଣଙ୍କ Instagram ଅନୁଭୂତିରେ ମୁହଁ-ଚିହ୍ନଟକରଣ ଟେକ୍ନୋଲୋଜି ବ୍ୟବହାର କରୁ, ଆମେ ଆପଣଙ୍କୁ ପ୍ରଥମେ ଜାଣିବାକୁ ଦେବୁ, ଏବଂ ଆମେ ଆପଣଙ୍କ ପାଇଁ ଏହି ଟେକ୍ନୋଲୋଜି ବ୍ୟବହାର କରିବୁ କି ନାହିଁ ତାହା ଉପରେ ଆପଣଙ୍କର ନିୟନ୍ତ୍ରଣ ରହିବ । ବିଜ୍ଞାପନ ଏବଂ ଅନ୍ୟ ପ୍ରାୟୋଜିତ ବିଷୟବସ୍ତୁ: ଆମେ ଆପଣଙ୍କୁ ଦେଖାଉଥିବା ବିଜ୍ଞାପନ, ଅଫର୍ ଏବଂ ଅନ୍ୟ ପ୍ରାୟୋଜିତ ବିଷୟବସ୍ତୁ ଚୟନ ଏବଂ ବ୍ୟକ୍ତିଗତକୃତ କରିବା ପାଇଁ-ଆପଣଙ୍କ ବିଷୟରେ ଆମ ପାଖେ ଥିବା ସୂଚନାକୁ ଆମେ ବ୍ୟବହାର କରୁ-ଯଥା ଆପଣଙ୍କ ଆଗ୍ରହ, କାର୍ଯ୍ୟ ଏବଂ ସଂଯୋଗଗୁଡିକ ସମ୍ପର୍କରେ ସୂଚନା । ଆମେ କିପରି ବିଜ୍ଞାପନଗୁଡିକ ଚୟନ ଏବଂ ବ୍ୟକ୍ତିଗତକରଣ କରୁ, ଏବଂ Facebook ସେଟିଂସମୂହ ଏବଂ Instagram ସେଟିଂସମୂହରେ ଆପଣଙ୍କ ପାଇଁ ବିଜ୍ଞାପନ ଏବଂ ଅନ୍ୟ ପ୍ରାୟୋଜିତ ବିଷୟବସ୍ତୁ ଚୟନ କରିବାକୁ ଆପଣଙ୍କ ପସନ୍ଦ ଅନୁସାରେ ଆମେ କିପରି ଡାଟା ବ୍ୟବହାର କରିଥାଉ ସେ ସମ୍ପର୍କରେ ଅଧିକ ଜାଣନ୍ତୁ ।ପରିମାପ, ବିଶ୍ଳେଷଣ, ଏବଂ ଅନ୍ୟ ବ୍ୟାବସାୟ ସେବାଗୁଡିକ ପ୍ରଦାନ କରନ୍ତୁ ।ବିଜ୍ଞାପନ ଏବଂ ସେବାଗୁଡିକ ପ୍ରଭାବଶାଳୀ ଭାବରେ ବିତରଣ କରିବାରେ ବିଜ୍ଞାପନ ପ୍ରଦାତା ଏବଂ ଅନ୍ୟ ସହଯୋଗୀଙ୍କୁ ସମୀକ୍ଷା କରିବାରେ ସହାୟତା କରିବାକୁ ଆମ ପାଖରେ ଥିବା ସୂଚନା ଆମେ ବ୍ୟବହାର କରିଥାଉ (ଆମ ଉତ୍ପାଦକୁ ନେଇ ଆପଣଙ୍କ କାର୍ଯ୍ୟକଳାପ, ଯେପରିକି ଆପଣ ପରିଦର୍ଶନ କରିଥିବା ୱେବସାଇଟ୍ ଏବଂ ଆପଣ ଦେଖିଥିବା ବିଜ୍ଞାପନ), ସେମାନଙ୍କ ସେବା କେଉଁ ପ୍ରକାର ଲୋକମାନେ ବ୍ୟବହାର କରନ୍ତି ଏବଂ ସେମାନଙ୍କ ୱେବସାଇଟ୍ ଆପ୍ଲିକେସନ୍ ଏବଂ ସେବାଗୁଡିକ ସହ ଲୋକମାନେ କିପରି ଇଣ୍ଟରାକ୍ଟ କରନ୍ତି ତାହା ବୁଝିବାରେ ସହାୟତା କରୁ। ଏହି ଭାଗୀଦାରମାନଙ୍କ ସହ ଆମେ କିପରି ସୂଚନା ସେୟାର୍ କରୁ ଜାଣନ୍ତୁ ।ନିରାପତ୍ତା, ଅଖଣ୍ଡତା ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରନ୍ତୁ ।ଏକାଉଣ୍ଟ୍ ଏବଂ କାର୍ଯ୍ୟକଳାପ ଯାଞ୍ଚ କରିବାକୁ, ହାନୀକାରକ ଆଚରଣକୁ ନିବାରଣ କରିବା, ସ୍ପାମ୍ ତଥା ଅନ୍ୟାନ୍ୟ ଅନିଷ୍ଟକାରୀ ଅନୁଭୂତିକୁ ଚିହ୍ନଟ କରିବା ତଥା ପ୍ରତିରୋଧ କରିବା, ଆମ ଉତ୍ପାଦରେ ଅଖଣ୍ଡତା ପରିଚାଳନା କରିବା, ଏବଂ Facebook ଉତ୍ପାଦଗୁଡିକରେ ନିରାପତ୍ତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ଦେବାକୁ ଆମେ ସୂଚନା ବ୍ୟବହାର କରୁ। ଉଦାହରଣ ସ୍ୱରୂପ, ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଆମ ସର୍ତ୍ତାବଳି ଏବଂ ନୀତିର ଉଲଙ୍ଘନର ଅନୁସନ୍ଧାନ କରିବାକୁ, କିମ୍ବା କେହି ସହାୟତାର ଆବଶ୍ୟକ କରନ୍ତି କି ଚିହ୍ନଟ କରିବାକୁ ଆମେ ଡାଟା ବ୍ୟବହାର କରିଥାଉ। ଅଧିକ ଜାଣିବାକୁ, Facebook ସୁରକ୍ଷା ସହାୟତା କେନ୍ଦ୍ର ଏବଂ Instagram ସୁରକ୍ଷା ଟିପ୍ପଣୀ ପରିଦର୍ଶନ କରନ୍ତୁ ।ଆପଣଙ୍କ ସହ ଯୋଗାଯୋଗ କରୁ।ଆପଣଙ୍କୁ ମାର୍କେଟିଂ ସୂଚନା ପଠାଇବାକୁ, ଆମର ଉତ୍ପାଦ ବିଷୟରେ ଆପଣଙ୍କ ସହ ଯୋଗାଯୋଗ କରିବାକୁ, ଏବଂ ଆମର ନୀତି ଏବଂ ସର୍ତ୍ତାବଳୀ ବିଷୟରେ ଆପଣଙ୍କୁ ଜଣାଇବାକୁ ଆମ ପାଖରେ ଥିବା ସୂଚନା ଆମେ ବ୍ୟବହାର କରୁ। ଆପଣ ଆମକୁ ସମ୍ପର୍କ କରିବା ବେଳେ ପ୍ରତିକ୍ରିୟା ଦେବାକୁ ମଧ୍ୟ ଆମେ ଆପଣଙ୍କ ସୂଚନା ବ୍ୟବହାର କରୁ।ସାମାଜିକ ମଙ୍ଗଳ ସାଧନ ପାଇଁ ଗବେଷଣା ଏବଂ ନୂତନତ୍ୱ ପ୍ରବର୍ତ୍ତନ କରିବା ।ସାଧାରଣ ସମାଜ କଲ୍ୟାଣ, ଟେକ୍ନୋଲୋଜିରେ ବିକାଶ, ଜନହିତ, ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥାବସ୍ଥା ସମ୍ପର୍କିତ ପ୍ରସଙ୍ଗଗୁଡିକ ଉପରେ ଗବେଷଣା ଏବଂ ନବୀନ ଉଦ୍ୟମଗୁଡିକୁ ପରିଚାଳନା ଏବଂ ସମର୍ଥନ ଦେବା ପାଇଁ ଆମ ପାଖରେ ଥିବା (ଯଥା ଆମେ ସହଯୋଗ କରୁଥିବା ଗବେଷଣା ଭାଗୀଦାରମାନଙ୍କ ଠାରୁ) ସୂଚନା ଆମେ ବ୍ୟବହାର କରୁ । ଉଦାହରଣ ସ୍ୱରୂପ, ବିପର୍ଯ୍ୟୟ ପରିସ୍ଥିତିରେ ସହାୟତା ତଥା ରିଲିଫ୍ ପଠାଇବାକୁ ସ୍ଥାନାନ୍ତରଣ ଢାଞ୍ଚା ବିଷୟରେ ଆମ ପାଖରେ ଥିବା ସୂଚନାକୁ ଆମେ ବିଶ୍ଳେଷଣ କରୁ । ଆମର ଗବେଷଣା କାର୍ଯ୍ୟକ୍ରମ ବିଷୟରେ ଅଧିକ ଜାଣନ୍ତୁ ।
III. ଏହି ସୂଚନା କିପରି ସେୟାର୍ କରାଯାଇଥାଏ?
ଆପଣଙ୍କ ସୂଚନାକୁ ନିମ୍ନରେ ଦିଆଯାଇଥିବା ଉପାୟରେ ଅନ୍ୟମାନଙ୍କ ସହିତ ସେୟାର୍ କରାଯାଇଥାଏ:
Facebook ଉତ୍ପାଦଗୁଡିକରେ ସେୟାର୍ କରିବା
ଆପଣ ସେୟାର୍ ଏବଂ ଯୋଗାଯୋଗ କରୁଥିବା ଲୋକମାନେ ଏବଂ ଏକାଉଣ୍ଟ୍ଗୁଡିକଆମର ଉତ୍ପାଦ ବ୍ୟବହାର କରି ଆପଣ ସେୟାର୍ ତଥା ଯୋଗାଯୋଗ କରିବା ବେଳେ, ଆପଣ ଯାହା ସେୟାର୍ କରନ୍ତି ତାହା ପାଇଁ ଆପଣ ଦର୍ଶକ ବାଛନ୍ତି । ଉଦାହରଣ ସ୍ୱରୂପ, ଆପଣ ଯେତେବେଳେ Facebookରେ ପୋଷ୍ଟ୍ କରନ୍ତି, ଆପଣ ପୋଷ୍ଟ୍ଟି ପାଇଁ ଦର୍ଶକ ଚୟନ କରନ୍ତି ଯେପରିକି ଏକ ଗୋଷ୍ଠୀ, ଆପଣଙ୍କ ସମସ୍ତ ସାଙ୍ଗଗଣ, ସର୍ବସାଧାରଣ, କିମ୍ବା ଲୋକଙ୍କ ଏକ ତାଲିକା ଚାହିଦା ଅନୁଯାୟୀ ପ୍ରସ୍ତୁତ କରନ୍ତି । ସେହିପରି, ଆପଣ ଯେତେବେଳେ ଯୋଗାଯୋଗ କରିବାକୁ Messenger କିମ୍ବା Instagram ବ୍ୟବହାର କରନ୍ତି, ସେହି ଲୋକମାନେ ଏବଂ ବ୍ୟବସାୟ ଆପଣ ପଠାଇଥିବା ବିଷୟବସ୍ତୁ ଦେଖିପାରିବେ । ଆମ ଉତ୍ପାଦଗୁଡିକରେ ଆପଣ ନେଇଥିବା ପଦକ୍ଷେପ ଆପଣଙ୍କ ନେଟୱାର୍କ ମଧ୍ୟ ଦେଖିପାରିବେ, ଯେଉଁଥିରେ ବିଜ୍ଞାପନ ଏବଂ ପ୍ରାୟୋଜିତ ବିଷୟବସ୍ତୁ ସହ ସଂପୃକ୍ତି ଅନ୍ତର୍ଭୁକ୍ତ ଅଟେ। ଅନ୍ୟ ଏକାଉଣ୍ଟ୍କୁ ସେମାନଙ୍କ Facebook କିମ୍ବା Instagram ଷ୍ଟୋରିଗୁଡିକ କିଏ ଦେଖିଛନ୍ତି ତାହା ମଧ୍ୟ ଆମେ ଦେଖିବାକୁ ଦେଇଥାଉ।ସାର୍ବଜନୀନ ସୂଚନା କୁ ଯେକେହି ଦେଖିପାରିବେ, ଆମ ଉତ୍ପାଦ ଭିତରେ କିମ୍ବା ବାହାରେ, ଯଥା ଯଦି ସେମାନଙ୍କର ଏକ ଏକାଉଣ୍ଟ୍ ନଥାଏ । ଏହା ଆପଣଙ୍କ Instagram ଉପଯୋଗକର୍ତ୍ତାଙ୍କ ନାମ; ସାର୍ବଜନୀନ ଦର୍ଶକଙ୍କ ସହ ଆପଣ ସେୟାର୍ କରିଥିବା କୌଣସି ସୂଚନା; ଆପଣଙ୍କ Facebookର ସାର୍ବଜନୀନ ପ୍ରୋଫାଇଲରେ ଥିବା ସୂଚନା; ଏବଂ ଏକ Facebook ପୃଷ୍ଠାରେ ଆପଣ ସେୟାର୍ କରିଥିବା ବିଷୟବସ୍ତୁ, ସର୍ବସାଧାରଣ Instagram ଏକାଉଣ୍ଟ୍ କିମ୍ବା କୌଣସି ଅନ୍ୟ ସାର୍ବଜନୀନ ଫୋରମ୍, ଯେପରିକି Facebook ମାର୍କେଟ୍ପ୍ଲେସ ପ୍ରଭୃତି ଅନ୍ତର୍ଭୁକ୍ତ କରେ । ଆପଣ, Facebook ଏବଂ Instagram ବ୍ୟବହାର କରୁଥିବା ଅନ୍ୟ ଲୋକମାନେ ଏବଂ ଆମେ ଆମର ଉତ୍ପାଦଗୁଡିକ, ଯଥା ଅନ୍ୟ Facebook କମ୍ପାନୀ ଉତ୍ପାଦଗୁଡିକ ସମ୍ପର୍କରେ, ସନ୍ଧାନ ଫଳାଫଳଗୁଡିକରେ, କିମ୍ବା ଟୁଲ୍ ଏବଂ APIଗୁଡିକ ମାଧ୍ୟମରେ ଯେକେହିଙ୍କୁ ଆକସେସ୍ କିମ୍ବା ସର୍ବସାଧାରଣ ସୂଚନା ପ୍ରଦାନ କରିପାରିବୁ । ତୃତୀୟ ପକ୍ଷ ସେବାଗୁଡିକ ଯେପରିକି ସନ୍ଧାନ ଇଞ୍ଜିନ୍, API, ଏବଂ ଅଫଲାଇନ୍ ମିଡିଆ ଯେପରିକି TV ମାଧ୍ୟମରେ, ଏବଂ ଆମର ଉତ୍ପାଦଗୁଡିକୁ ଏକତ୍ର କରୁଥିବା ଆପ୍ଲିକେସନ୍, ୱେବସାଇଟ୍ ଏବଂ ଅନ୍ୟ ସେବାଗୁଡିକ ମଧ୍ୟମରେ ସର୍ବସାଧାରଣ ସୂଚନାକୁ ଦେଖାଯାଇପାରିବ, ଆକସେସ୍, ପୁନଃ ଅଂଶୀଦାର କିମ୍ବା ଡାଉନଲୋଡ୍ କରାଯାଇପାରିବ ।କେଉଁ ସୂଚନା ସାର୍ବଜନୀନ ଏବଂ ଆପଣଙ୍କ ଦୃଶ୍ୟଲବ୍ଧତା Facebook ଏବଂ Instagramରେ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହା ବିଷୟରେ ଅଧିକ ଜାଣନ୍ତୁ।ଆପଣଙ୍କ ବିଷୟରେ ଅନ୍ୟମାନେ ସେୟାର୍ କିମ୍ବା ପୁନଃ ସେୟାର୍ କରିଥିବା ବିଷୟବସ୍ତୁକାହା ସହ ସେୟାର୍ କରାଯିବ ତାହା ଆପଣ ନିଷ୍ପତ୍ତି ନେବା ଉଚିତ୍, କାରଣ ଆମ ଉତ୍ପାଦଗୁଡିକରେ ଆପଣଙ୍କ କାର୍ଯ୍ୟକଳାପ ଦେଖିପାରିବା ଲୋକମାନେ, ଏହାକୁ ଅନ୍ୟମାନଙ୍କ ସହ ଆମ ଉତ୍ପାଦରେ କିମ୍ବା ଏହା ବାହାରେ ସେୟାର୍ କରିବାକୁ ବାଛି ପାରନ୍ତି, ଯେଉଁଥିରେ ଆପଣ ଦର୍ଶକ ବାହାରେ ସେୟାର୍ କରିଥିବା ଲୋକମାନେ ଏବଂ ବ୍ୟବସାୟଗୁଡିକ ଅନ୍ତର୍ଭୁକ୍ତ ହୋଇଥାନ୍ତି । ଉଦାହରଣ ସ୍ୱରୂପ, ଆପଣ ତେବେଳେ ଏକ ନିର୍ଦ୍ଦିଷ୍ଟ ସାଙ୍ଗଙ୍କୁ କିମ୍ବା ଏକାଉଣ୍ଟ୍କୁ ଏକ ପୋଷ୍ଟ ପଠାନ୍ତି କିମ୍ବା ଏକ ବାର୍ତ୍ତା ପଠାନ୍ତି, ସେହି ବିଷୟବସ୍ତୁକୁ ସେମାନେ ଡାଉନଲୋଡ୍ କରିପାରନ୍ତି, ସ୍କ୍ରିନସଟ୍ ନେଇପାରନ୍ତି କିମ୍ବା ଆମ ଉତ୍ପାଦରେ କିମ୍ବା ବାହାରେ ବ୍ୟକ୍ତିଗତ ଭାବେ କିମ୍ବା ବସ୍ତୁତଃ ବାସ୍ତବତା ଅନୁଭୂତିରେ ଯେପରିକି Facebook ସ୍ପେସସ୍ ପୁନଃ ସେୟାର୍ କରିପାରନ୍ତି । ଏଥିସହ, ଆପଣ ଯେତେବେଳେ କୌଣସି ବ୍ୟକ୍ତିଙ୍କର ପୋଷ୍ଟରେ ମନ୍ତବ୍ୟ ଦିଅନ୍ତି କିମ୍ବା ସେମାନଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦିଅନ୍ତି, ଆପଣଙ୍କ ମନ୍ତବ୍ୟ କିମ୍ବା ପ୍ରତିକ୍ରିୟା ଅନ୍ୟ ବ୍ୟକ୍ତିଙ୍କ ବିଷୟବସ୍ତୁ ଦେଖିପାରିବା ସମସ୍ତ ବ୍ୟକ୍ତିଙ୍କୁ ଦୃଶ୍ୟମାନ ହେବ, ଏବଂ ସେହି ବ୍ୟକ୍ତି ଦର୍ଶକ ପରେ ପରିବର୍ତ୍ତନ କରିପାରନ୍ତି।ଲୋକମାନେ ସେମାନେ ବାଛିଥିବା ଦର୍ଶକଙ୍କ ସହ ଆପଣଙ୍କ ବିଷୟରେ ବିଷୟବସ୍ତୁ ତିଆରି କରିବାକୁ ଏବଂ ସେୟାର୍ କରିବାକୁ ଆମର ଉତ୍ପାଦ ବ୍ୟବହାର କରିପାରିବେ। ଉଦାହରଣ ସ୍ୱରୂପ, ଏକ ଷ୍ଟୋରୀରେ ଲୋକମାନେ ଆପଣଙ୍କ ଏକ ଫଟୋ ସେୟାର୍ କରିପାରନ୍ତି, ପୋଷ୍ଟରେ ଅବସ୍ଥାନ ଦର୍ଶାଇ ପାରନ୍ତି କିମ୍ବା ଟ୍ୟାଗ୍ କରିପାରନ୍ତି, କିମ୍ବା ସେମାନଙ୍କ ପୋଷ୍ଟରେ କିମ୍ବା ବାର୍ତ୍ତାରେ ଆପଣଙ୍କ ବିଷୟରେ ସୂଚନା ସେୟାର୍ କରିପାରନ୍ତି। ଆପଣଙ୍କ ବିଷୟରେ ଆମ ଉତ୍ପାଦରେ ଯାହା ସେୟାର୍ କରାଯାଇଛି ଯଦି ଆପଣ ସେଥିରେ ଅସହଜ ମନେ କରନ୍ତି, ବିଷୟବସ୍ତୁ କିପରି ରିପୋର୍ଟ କରିବେ ତାହା ବିଷୟରେ ଆପଣ ଶିକ୍ଷା କରିପାରିବେ।ଆମ ଉତ୍ପାଦରେ ଆପଣଙ୍କ ସକ୍ରିୟ ସ୍ଥିତି କିମ୍ବା ଉପସ୍ଥିତି ବିଷୟରେ ସୂଚନା।ଆପଣଙ୍କ ନେଟୱାର୍କରେ ଥିବା ଲୋକମାନେ ଆମ ଉତ୍ପାଦରେ ଆପଣ ସକ୍ରିୟ ଅଛନ୍ତି କି ନାହିଁ ତାହାର ସଙ୍କେତ ଦେଖିପାରିବେ, ଯାହା ଆପଣ ସମ୍ପ୍ରତି Instagram, Messenger କିମ୍ବା Facebookରେ ସକ୍ରିୟ ଅଛନ୍ତି କି ନାହିଁ, କିମ୍ବା ଆପଣ ଶେଷ ଥର କେବେ ଆମର ଉତ୍ପାଦ ବ୍ୟବହାର କରିଥିଲେ ତାହା ଅନ୍ତର୍ଭୁକ୍ତ କରିଥାଏ।ଆମ ଉତ୍ପାଦରେ କିମ୍ବା ଏହା ବ୍ୟବହାର କରି ଆପ୍ଲିକେସନ୍, ୱେବସାଇଟ୍ ଏବଂ ତୃତୀୟ-ପକ୍ଷଙ୍କ ଏକୀକରଣ।ଆପଣ ତୃତୀୟ-ପକ୍ଷ ଆପ୍ଲିକେସନ୍, ୱେବସାଇଟ୍ କିମ୍ବା ଅନ୍ୟ ସେବା ବ୍ୟବହାର କରିବାକୁ ବାଛିବା ବେଳେ ଯାହା ଆମର ଉତ୍ପାଦରେ ଏକୀକୃତ ହୋଇଥାଏ କିମ୍ବା ବ୍ୟବହାର କରିଥାଏ, ଆପଣ ଯାହା ପୋଷ୍ଟ କିମ୍ବା ସେୟାର୍ କରନ୍ତି ସେହି ସୂଚନା ସେମାନେ ପ୍ରାପ୍ତ କରିପାରନ୍ତି। ଉଦାହରଣ ସ୍ୱରୂପ, ଆପଣ ଯେତେବେଳେ Facebook ସାଙ୍ଗଗଣଙ୍କ ସହ ଏକ ଗେମ୍ ଖଳନ୍ତି କିମ୍ବା ଏକ Facebook ମନ୍ତବ୍ୟ କିମ୍ବା ଏକ ୱେବସାଇଟ୍ରେ ସେୟାର୍ ବଟନ୍ ବ୍ୟବହାର କରନ୍ତି, ଗେମ୍ ବିକାଶକ କିମ୍ବା ୱେବସାଇଟ୍ ଗେମ୍ରେ ଆପଣଙ୍କ କାର୍ଯ୍ୟକଳାପ ଉପରେ ସୂଚନା ପ୍ରାପ୍ତ କରିପାରନ୍ତି କିମ୍ବା Facebookରେ ଆପଣ ସେୟାର କରିଥିବା ଏକ ମନ୍ତବ୍ୟ ପାଇ ପାରନ୍ତି କିମ୍ବା ଲିଙ୍କ ୱେବସାଇଟ୍ରୁ ପାଇପାରନ୍ତି। ଏଥିସହ, ଆପଣ ଯେତେବେଳେ ତୃତୀୟ-ପକ୍ଷ ସେବାଗୁଡିକ ଡାଉନଲୋଡ୍ କରନ୍ତି କିମ୍ବା ବ୍ୟବହାର କରନ୍ତି, ସେମାନେ Facebookରେ ଥିବା ଆପଣଙ୍କ ସାର୍ବଜନୀନ ପ୍ରୋଫାଇଲ୍, ଏବଂ ସେମାନଙ୍କ ସହ ଆପଣ ସେୟାର୍ କରିଥିବା ଯେ କୌଣସି ସୂଚନାରେ ଆକସେସ୍ କରିପାରିବେ। ଆପଣ ବ୍ୟବହାର କରୁଥିବା ଆପ୍ଲିକେସନ୍ ଏବଂ ୱେବସାଇଟ୍ଗୁଡିକ ଆପଣଙ୍କର Facebook ସାଙ୍ଗମାନଙ୍କର ତାଲିକା ପ୍ରାପ୍ତ କରିପାରେ ଯଦି ଆପଣ ଏହାକୁ ସେଗୁଡିକ ସହିତ ସେୟାର୍ କରିବାକୁ ବାଛନ୍ତି । କିନ୍ତୁ ଆପଣ ବ୍ୟବହାର କରୁଥିବା ଆପ୍ଲିକେସନ୍ ଏବଂ ୱେବସାଇଟ୍ଗୁଡିକ ଆପଣଙ୍କ ଠାରୁ ଆପଣଙ୍କ Facebook ସାଙ୍ଗମାନଙ୍କ ବିଷୟରେ, କିମ୍ବା ଆପଣଙ୍କର ଯେକେହି Instagram ଅନୁସରଣକାରୀଗଣଙ୍କ (ଯଦିଓ ଅପାଣଙ୍କ ସାଙ୍ଗ ଏବଂ ଅନୁସରଣକାରୀ କରିପାରନ୍ତି, ନିଶ୍ଚିତ ରୂପେ, ସେମାନେ ନିଜକୁ ନିଜେ ଏହି ସୂଚନା ସେୟାର୍ କରିବା ପାଇଁ ବାଛିଥାନ୍ତି) ବିଷୟରେ ଅନ୍ୟ କୌଣସି ସୂଚନା ପ୍ରାପ୍ତ କରିବ ନାହିଁ । ଏହି ତୃତୀୟ-ପକ୍ଷ ସେବା ଦ୍ୱାରା ସଂଗୃହିତ ସୂଚନା ସେମାନଙ୍କ ନିଜସ୍ୱ ସର୍ତ୍ତାବଳୀ ଏବଂ ନୀତି ଅନୁଯାୟୀ ହୋଇଥାଏ, ଏହା ଅନୁଯାୟୀ ହୋଇନଥାଏ।Facebook ଏବଂ Instagram ର ସ୍ଥାନୀୟ ସଂସ୍କରଣ ପ୍ରଦାନ କରୁଥିବା ଡିଭାଇସ୍ ଏବଂ ଅପରେଟିଂ ସିଷ୍ଟମ୍ଗୁଡିକର (ତାହା ହେଉଛି, ଯେଉଁଠାରେ ଆମେ ଆମର ନିଜସ୍ୱ ପ୍ରଥମ-ପକ୍ଷ ଆପ୍ଲିକେସନ୍ଗୁଡିକ ବିକଶିତ କରିନାହୁଁ) ଆପଣ ସେଗୁଡିକ ସହିତ ସେୟାର୍ କରିବା ପାଇଁ ବାଛିଥିବା ସମସ୍ତ ସୂଚନାକୁ ଆକସେସ୍ ରହିବ, ଯଥା ଆପଣଙ୍କ ସହ ଆପଣଙ୍କ ସାଙ୍ଗମାନେ ସେୟାର୍ କରିଥିବା ସୂଚନା, ଫଳରେ ସେମାନେ ଆପଣଙ୍କୁ ଆମର ପ୍ରମୁଖ କାର୍ଯ୍ୟକାରିତା ପ୍ରଦାନ କରିପାରିବେ ।ଟିପ୍ପଣୀ: ଅପବ୍ୟବହାରକୁ ନିବାରଣ କରିବାରେ ଆହୁରି ସହାୟତା କରିବା ପାଇଁ ଆମେ ଡେଭଲପରଙ୍କ ଡାଟା ଆକସେସ୍କୁ ପ୍ରତିବନ୍ଧିତ କରିବା ପ୍ରକ୍ରିୟାରେ ରହିଛୁ । ଉଦାହରଣ ସ୍ୱରୂପ, ଆମେ ଆପଣଙ୍କ Facebook ଏବଂ Instagram ଡାଟାକୁ ଡେଭଲପର୍ମାନଙ୍କର ଆକସେସ୍ ଅପସାରଣ କରିବୁ ଯଦି ଆପଣ ସେମାନଙ୍କର ଆପ୍ଲିକେସନ୍କୁ 3 ମାସ ଭିତରେ ବ୍ୟବହାର କରିନାହାଁନ୍ତି, ଏବଂ ଆମେ ଲଗଇନ୍ ପରିବର୍ତ୍ତନ କରୁଛୁ, ଯାହା ଫଳରେ ପରବର୍ତ୍ତୀ ସଂସ୍କରଣରେ, ଆମେ ସେହି ଡାଟା ହ୍ରାସ କରିବୁ ଯାହା ଏକ ଆପ୍ଲିକେସନ୍ କେବଳ ନାମ, Instagram ଉପଯୋଗକର୍ତ୍ତା ନାମ ଓ ବାୟୋ, ପ୍ରୋଫାଇଲ୍ ଫଟୋ ଏବଂ ଇମେଲ୍ ଠିକଣା ଅନ୍ତର୍ଭୁକ୍ତ କରିବାକୁ ଆପ୍ଲିକେସନ୍ ସମୀକ୍ଷା ବିନା ଅନୁରୋଧ କରିପାରେ । ଅନ୍ୟ କୌଣସି ଡାଟା ଅନୁରୋଧ କରିବା ଆମର ଅନୁମୋଦନ ଆବଶ୍ୟକ କରିବ ।ନୂତନ ମାଲିକ ।ଆମ ଉତ୍ପାଦ କିମ୍ବା ସେମାନଙ୍କ ଆସେଟର ଆଂଶିକ କିମ୍ବା ସମସ୍ତ ମାଲିକାନା କିମ୍ବା ନିୟନ୍ତ୍ରଣରେ ଯଦି ପରିବର୍ତ୍ତନ ହୁଏ, ଆମେ ଆପଣଙ୍କ ସୂଚନା ନୂତନ ମାଲିକଙ୍କୁ ସ୍ଥାନାନ୍ତର କରିପାରୁ ।
ତୃତୀୟ-ପକ୍ଷ ଭାଗୀଦାରଙ୍କ ସହ ସେୟାର୍ କରିବା
ଆମେ ତୃତୀୟ-ପକ୍ଷ ଭାଗୀଦାରଙ୍କ ସହ କାମ କରୁ ଯିଏ ଆମର ଉତ୍ପାଦକୁ ଉନ୍ନତ କରିବାରେ ଆମକୁ ସହାୟତା କରନ୍ତି କିମ୍ବା ସେମାନଙ୍କ ବ୍ୟବସାୟ ବଢାଇବାକୁ ଆମର Facebook ବ୍ୟବସାୟ ଟୁଲ୍ଗୁଡିକ ବ୍ୟବହାର କରନ୍ତି, ଯାହା ଦ୍ୱାରା ଆମ କମ୍ପାନୀ ସଂଚାଳନ କରିବାରେ ଏବଂ ସମଗ୍ର ବିଶ୍ୱରେ ଲୋକଙ୍କୁ ମାଗଣା ସେବା ପ୍ରଦାନ କରିବା ସମ୍ଭବ ହୋଇଥାଏ । ଆମେ ଆପଣଙ୍କର କୌଣସି ସୂଚନାକୁ କାହାରିକୁ ବିକ୍ରି କରିନଥାଉ ଏବଂ ଆମେ ତାହା କଦାପି କରିବୁ ନାହିଁ। ଆମେ ପ୍ରଦାନ କରିବା ଡାଟାକୁ ଆମ ଭାଗୀଦାରମାନେ କିପରି ବ୍ୟବହାର କରିବେ ଏବଂ ପ୍ରକାଶ କରିବେ ତାହା ଉପରେ ଆମେ ଦୃଢ ପ୍ରତିବନ୍ଧକ ଲଗାଇ ଥାଉ । ଆମେ ସୂଚନା ଶେୟାର କରୁଥିବା ତୃତୀୟ ପକ୍ଷମାନଙ୍କ ପ୍ରକାର ଏଠାରେ ଦିଆଯାଇଛି:ଆମର ବିଶ୍ଳେଷଣ ସେବା ଗୁଡିକ ବ୍ୟବହାର କରୁଥିବା ଭାଗୀଦାରମାନେ ।ଆମେ ହାରାହାରି ପରିସଂଖ୍ୟାନ ଏବଂ ଇନସାଇଟ୍ସ (ଦୂରଦୃଷ୍ଟି) ପ୍ରଦାନ କରୁ ଯାହା ଲୋକଙ୍କୁ ଏବଂ ବ୍ୟବସାୟଗୁଡିକୁ Facebook ଉତ୍ପାଦରେ ଏବଂ ବାହାରେ ଲୋକମାନେ ସେମାନଙ୍କ ପୋଷ୍ଟ, ତାଲିକାକରଣ, ପୃଷ୍ଠା, ଭିଡିଓ ଏବଂ ଅନ୍ୟାନ୍ୟ ବିଷୟବସ୍ତୁରେ କିପରି ଜଡିତ ହୋଇଥାଆନ୍ତି ବୁଝିବାରେ ସହାୟତା କରିଥାଏ । ଉଦାହରଣ ସ୍ୱରୂପ, ପୃଷ୍ଠାର ଆଡମିନ୍ ଏବଂ Instagram ବ୍ୟବସାୟ ପ୍ରୋଫାଇଲଗୁଡିକ ଦେଖିଥିବା, ପ୍ରତିକ୍ରିୟା ଦେଇଥିବା, କିମ୍ବା ସେମାନଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ଲୋକଙ୍କ କିମ୍ବା ଏକାଉଣ୍ଟ୍ର ନମ୍ବର ବିଷୟରେ ସୂଚନା ତଥା ହାରାହାରି ଜନସଂଖ୍ୟା ସମ୍ବନ୍ଧୀୟ ଏବଂ ଅନ୍ୟ ସୂଚନା ପ୍ରାପ୍ତ କରିଥାଏ ଯାହା ସେମାନଙ୍କୁ ସେମାନଙ୍କ ପୃଷ୍ଠା କିମ୍ବା ଏକାଉଣ୍ଟ୍ ସହ ହେଉଥିବା ଯୋଗାଯୋଗ ବିଷୟରେ ବୁଝିବାରେ ସହାୟତା କରେ ।ବିଜ୍ଞାପନଦାତା।ସେମାନଙ୍କ ବିଜ୍ଞାପନ ଦେଖୁଥିବା ଲୋକଙ୍କ ପ୍ରକାର ଏବଂ ବିଜ୍ଞାପନଗୁଡିକର କାର୍ଯ୍ୟଦକ୍ଷତା ଉପରେ ଆମେ ବିଜ୍ଞାପନଦାତାଙ୍କୁ ରିପୋର୍ଟ ପ୍ରଦାନ କରୁ, କିନ୍ତୁ ଆପଣଙ୍କ ବିନା ଅନୁମତିରେ ଆମେ ଏପରି କୌଣସି ସୂଚନା ସେୟାର୍ କରିନଥାଉ ଯାହା ଆପଣଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କରିପାରେ (ସୂଚନା ଯେପରିକି ଆପଣଙ୍କ ନାମ କିମ୍ବା ଇମେଲ୍ ଠିକଣା ଯାହାକୁ ବ୍ୟବହାର କରାଯାଇ ଆପଣଙ୍କୁ ଯୋଗାଯୋଗ କରାଯାଇ ପାରିବ କିମ୍ବା ଆପଣ କିଏ ବୋଲି ଚିହ୍ନଟ କରାଯାଇ ପାରିବ)। ଉଦାହରଣ ସ୍ୱରୂପ, ଆମେ ବିଜ୍ଞାପନଦାତାଙ୍କୁ ସାଧାରଣ ଡେମୋଗ୍ରାଫିକ୍ ଏବଂ ଆଗ୍ରହର ସୂଚନା ପ୍ରଦାନ କରୁ (ଉଦାହରଣ ସ୍ୱରୂପ, ଏକ ବିଜ୍ଞାପନ 25 ଏବଂ 34 ବର୍ଷ ବୟସ୍କ ଜଣେ ମହିଳାଙ୍କ ଦ୍ୱାରା ବିଜ୍ଞାପନଟି ଦେଖାଯାଇଛି ଯିଏ ମାଡ୍ରିଡ୍ରେ ରୁହନ୍ତି ଏବଂ ସଫ୍ଟୱେୟାର ଇଞ୍ଜିନିୟରିଙ୍ଗରେ ରୁଚି କରନ୍ତି) ଯାହା ଦ୍ୱାରା ସେମାନଙ୍କୁ ତାଙ୍କ ଦର୍ଶକଙ୍କୁ ଅଧିକ ଭଲ ଭାବେ ବୁଖିବାରେ ସହାୟତା ମିଳିବ। କେଉଁ Facebook ବିଜ୍ଞାପନ ଆପଣଙ୍କୁ କ୍ରୟ କରାଇବାକୁ ପ୍ରରୋଚିତ କରିଥାଏ କିମ୍ବା ଜଣେ ବିଜ୍ଞାପନଦାତାଙ୍କ ସହ କାର୍ଯ୍ୟ କରାଇଥାଏ ତାହା ଆମେ ସୁନିଶ୍ଚିତ କରାଇଥାଉ।ପରିମାପ ଭାଗୀଦାରମାନେ।ଆମେ ଆପଣଙ୍କ ବିଷୟରେ ସୂଚନା ଏହି କମ୍ପାନିଗୁଡ଼ିକୁ ପ୍ରଦାନ କରିଥାଉ ଯେ କି ଏହାକୁ ଏକାଠି କରି ଆମର ଭାଗୀଦାରମାନଙ୍କୁ ଆନାଲିଟିକ୍ସ ଓ ପରିମାପ ରିପୋର୍ଟଗୁଡ଼ିକ ପ୍ରଦାନ କରିଥାନ୍ତି।ଆମ ଉତ୍ପାଦରେ ସାମଗ୍ରୀ ଓ ସେବାଗୁଡିକ ପ୍ରଦାନ କରୁଥିବା ଭାଗୀଦାରମାନେ।ଆପଣ ପ୍ରିମିୟମ୍ ବିଷୟବସ୍ତୁ ପ୍ରାପ୍ତ କରିବାକୁ ସଦସ୍ୟତା ନେବା ବେଳେ, କିମ୍ବା ଆମ ଉତ୍ପାଦରେ ଥିବା ବିକ୍ରେତାଙ୍କ ଠାରୁ କିଛି କ୍ରୟ କରିବା ବେଳେ, ସେହି ବିଷୟବସ୍ତୁ ନିର୍ମାତା କିମ୍ବା ବିକ୍ରେତା ଆପଣଙ୍କ ସାର୍ବଜନୀନ ସୂଚନା ଏବଂ ଆପଣ ତାଙ୍କ ସହ ସେୟାର୍ କରିଥିବା ଅନ୍ୟାନ୍ୟ ସୂଚନା, ତଥା କାରବାର ସମ୍ପୂର୍ଣ୍ଣ କରିବାକୁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସୂଚନା ପ୍ରାପ୍ତ କରିପାରିବେ, ଯେଉଁଥିରେ ସିପିଂ ବା ନୌ ପରିବହନ ଏବଂ ଯୋଗାଯୋଗ ବିବରଣୀ ଅନ୍ତର୍ଭୁକ୍ତ ଥାଏ।ଭେଣ୍ଡର ଏବଂ ସେବା ପ୍ରଦାନକାରୀମାନେ।ଆମ ବ୍ୟବସାୟକୁ ସମର୍ଥନ କରୁଥିବା ଭେଣ୍ଡର ଏବଂ ସେବା ପ୍ରଦାନକାରୀଙ୍କୁ ଆମେ ସୂଚନା ପ୍ରଦାନ କରୁ ଯେପରିକି ଟେକନିକାଲ୍ ଭିତ୍ତିଭୂମିର ସେବାଗୁଡିକ ପ୍ରଦାନ କରି, ଆମ ଉତ୍ପାଦଗୁଡିକ କିପରି ବ୍ୟବହାର କରାଯାଉଛି ତାହାର ସମୀକ୍ଷା କରି, ଦେୟ ପ୍ରଦାନର ସୁବିଧା କରାଇ କିମ୍ବା ସର୍ଭେ ଆୟୋଜନ କରି।ଗବେଷଣା ଏବଂ ଏକାଡେମିକ୍ସ ବା ତଥ୍ୟଲାଭ।ଗବେଷଣା କରିବାକୁ ଗବେଷଣା ଭାଗୀଦାର ଏବଂ ଏକାଡେମିକ୍ସଙ୍କୁ ମଧ୍ୟ ଆମେ ସୂଚନା ପ୍ରଦାନ କରୁ ଯାହା ସ୍କଲରାସିପ୍ ଏବଂ ସୃଜନଶୀଳତା ବଢାଇଥାଏ ଯାହା ଆମର ବ୍ୟବସାୟ କିମ୍ବା ମିସନ୍କୁ ସମର୍ଥନ କରେ, ଏବଂ ସାଧାରଣ ସମାଜକଲ୍ୟାଣ, ଟେକ୍ନୋଲୋଜି ବିକାଶ, ଜନହିତ, ସ୍ୱାସ୍ଥ୍ୟ ତଥା ସ୍ୱଚ୍ଛତା ପରି ପ୍ରସଙ୍ଗରେ ଆବିଷ୍କାର ଏବଂ ସୃଜନଶୀଳତାରେ ବିକାଶ ଆଣେ ।ଆଇନ କାର୍ଯ୍ୟକାରୀ କରିବା କିମ୍ବା ଆଇନଗତ ଅନୁରୋଧଗୁଡ଼ିକ।ନିମ୍ନରେ ବର୍ଣ୍ଣିତ ପରିସ୍ଥିତିଗୁଡିକରେ ଆଇନ୍ଗତ ଅନୁରୋଧଗୁଡିକୁ ପ୍ରତିକ୍ରିୟାରେ କିମ୍ବା ଆଇନ୍ ପ୍ରବର୍ତ୍ତନ ସହ ଆମେ ସୂଚନା ସେୟାର କରୁ ।ଆପଣ କିମ୍ବା ଅନ୍ୟମାନେ ତୃତୀୟ ପକ୍ଷ ଭାଗୀଦାରଙ୍କ ସହ Facebook ସେଟିଂସମୂହ ଏବଂ Instagram ସେଟିଂସମୂହରେ ସେୟାର୍ କରିଥିବା ଆପଣଙ୍କ ବିଷୟରେ ସୂଚନାକୁ ଆପଣ କିପରି ନିୟନ୍ତ୍ରଣ କରିପାରିବେ ସେ ସମ୍ପର୍କରେ ଅଧିକ ଜାଣନ୍ତୁ ।
IV. Facebook କମ୍ପାନୀଗୁଡିକ କିପରି ଏକତ୍ର କାମ କରିଥାଆନ୍ତି?
ଏକ ଅଭିନବ, ପ୍ରାସଙ୍ଗିକ, ସୁସଙ୍ଗତ ଏବଂ ନିରାପଦ ଅନୁଭୂତି ସମସ୍ତ Facebook କମ୍ପାନୀ ଉତ୍ପାଦଗୁଡିକରେ ପ୍ରଦାନ କରିବାକୁ Facebook ଏବଂ Instagram ଭିତ୍ତିପ୍ରସ୍ଥର, ସିଷ୍ଟମ ଏବଂ ଟେକ୍ନୋଲୋଜି ଅନ୍ୟ Facebook କମ୍ପାନୀଗୁଡିକ ସହ ସେୟାର୍ କରିଥାଆନ୍ତି (ଯାହା WhatsApp ଏବଂ Oculus ଅନ୍ତର୍ଭୁକ୍ତ କରିଥାଏ)। ପ୍ରାୟୋଗିକ ନିୟମ ଅନୁଯାୟୀ ଅନୁମୋଦିତ ଏବଂ ସେମାନଙ୍କ ସର୍ତ୍ତାବଳି ଏବଂ ନୀତି ଅନୁଯାୟୀ ଏହି ଉଦ୍ଦେଶ୍ୟଗୁଡିକ ପାଇଁ ଆମେ Facebook କମ୍ପାନୀ ସାରା ଆପଣଙ୍କ ବିଷୟରେ ସୂଚନା ମଧ୍ୟ ପ୍ରକ୍ରିୟା କରାଇଥାଉ। ଉଦାହରଣ ସ୍ୱରୂପ, WhatsAppର ସେବା ବ୍ୟବହାର କରି ସ୍ପାମ୍ ପଠାଉଥିବା ବିଷୟରେ ଆମେ ସୂଚନା ପ୍ରକ୍ରିୟା କରାଇଥାଉ ଯାହା ଦ୍ୱାରା ସେହି ଏକାଉଣ୍ଟ୍ଗୁଡିକ ବିରୁଦ୍ଧରେ Facebook, Instagram କିମ୍ବା Messengerରେ ଆମେ ଉପଯୁକ୍ତ ପଦକ୍ଷେପ ନେଇପାରିବୁ। ଲୋକମାନେ Facebook କମ୍ପାନୀ ଉତ୍ପାଦଗୁଡିକ କିପରି ବ୍ୟବହାର କରନ୍ତି ଏବଂ ଏହା ସହ କିପରି ଯୋଗାଯୋଗ କରନ୍ତି ତାହା ବୁଝିବାକୁ ମଧ୍ୟ ଆମେ କାମ କରୁ, ଯେପରିକି ଭିନ୍ନ ଭିନ୍ନ Facebook କମ୍ପାନୀ ଉତ୍ପାଦଗୁଡିକରେ ସ୍ୱତନ୍ତ୍ର ଉପଯୋଗକର୍ତ୍ତାଙ୍କ ସଂଖ୍ୟା ବୁଝିବା ।
V. ଡାଟା ପ୍ରକ୍ରିୟାକରଣ କରାଇବାର ଆମର ଆଇନଗତ ଆଧାର କଣ?
ଉପରେ ବ୍ୟାଖ୍ୟାକରାଯାଇଥିବା ଉପାୟରେ ଆମେ ଡାଟା ସଂଗ୍ରହ, ବ୍ୟବହାର ଏବଂ ସେୟାର୍ କରୁ:
- ଆମର Facebook ସେବାର ସର୍ତ୍ତାବଳୀ କିମ୍ବା Instagram ସେବାର ସର୍ତ୍ତାବଳୀ ପୂରଣ କରିବାକୁ ଆବଶ୍ୟକ ସ୍ଥଳେ;
- ଆପଣଙ୍କ ସହମତି ସହ ସୁସଂଗତ ଭାବରେ, ଯାହା ଆପଣ ଯେ କୌଣସି ସମୟରେ Facebook ସେଟିଂସମୂହ ଏବଂ Instagram ସେଟିଂସମୂହ ମାଧ୍ୟମରେ ଖଣ୍ଡନ କରିପାରନ୍ତି;
- ଆମର ଆଇନଗତ ଦାୟ ପୂରଣ କରିବା ଆବଶ୍ୟକତା ଅନୁଯାୟୀ
- ଆପଣଙ୍କର କିମ୍ବା ଅନ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଆଗ୍ରହକୁ ସୁରକ୍ଷା ଦେବାକୁ;
- ଜନହିତର ଆବଶ୍ୟକତା ସ୍ଥଳେ; ଏବଂ
- ଏକ ଅଭିନବ, ବ୍ୟକ୍ତିଗତକୃତ, ନିରାପଦ, ଲାଭକାରୀ ସେବା ଆମ ଉପଯୋଗକର୍ତ୍ତାଙ୍କୁ ଏବଂ ଭାଗୀଦାରଙ୍କୁ ପ୍ରଦାନ କରିବାରେ ଆମର ଆଗ୍ରହକୁ ଅନ୍ତର୍ଭୁକ୍ତ କରି ଆମର (କିମ୍ବା ଅନ୍ୟଙ୍କ) ବୈଧ ହିତରେ ଆବଶ୍ୟକ ହେଉଥିବା ଅନୁଯାୟୀ, ଯେପର୍ଯ୍ୟନ୍ତ ସେହି ଆଗ୍ରହଗୁଡିକ ଆପଣଙ୍କ ଆଗ୍ରହ କିମ୍ବା ମୌଳିକ ଅଧିକାରରେ ଦ୍ୱାରା ଅଧିଲିଖନ ନହୋଇଥାଏ କିମ୍ବା ସ୍ୱାଧୀନତା ଯାହା ବ୍ୟକ୍ତିଗତ ଡାଟାର ସୁରକ୍ଷା ଆବଶ୍ୟକ କରେ।
ଏହି ଆଇନଗତ ଆଧାରଗୁଡିକ ବିଷୟରେ ଏବଂ ସେଗୁଡିକ କିପରି ଡାଟା ପ୍ରକ୍ରିୟାକରଣ ସହିତ ସମ୍ପର୍କିତ ତାହା ଉପରେ ଅଧିକ ଜାଣନ୍ତୁ ।
VI. GDPR ଅଧୀନରେ ପ୍ରଦତ୍ତ ଆପଣଙ୍କ ଅଧିକାରକୁ ଆପଣ କିପରି ବ୍ୟବହାର କରିପାରିବେ?
ସାଧାରଣ ଡାଟା/ତଥ୍ୟ ସୁରକ୍ଷା ନୀତି ଅଧୀନରେ, ଆପଣଙ୍କର ଅଧିକାର ରହିଛି ଆପଣଙ୍କର ଡାଟା ଆକସେସ୍ କରିବାକୁ, ସଂଶୋଧନ କରିବାକୁ, ପୋର୍ଟ୍ କରିବାକୁ ଏବଂ ନିଶ୍ଚିହ୍ନ କରନ୍ତୁ ଆପଣଙ୍କର ଡାଟା । ଏହି ଅଧିକାରଗୁଡିକ ବିଷୟରେ ଅଧିକ ଜାଣନ୍ତୁ, ଏବଂ Facebook ସେଟିଂସମୂହ ଏବଂ Instagram ସେଟିଂସମୂହରେ ଆପଣଙ୍କ ଅଧିକାରଗୁଡିକ ଆପଣ କିପରି ବ୍ୟବହାର କରିବେ ତାହା ଜାଣନ୍ତୁ । ଆପଣଙ୍କର ମଧ୍ୟ ଆପତ୍ତି କରିବା ପାଇଁ ଅଧିକାର ଏବଂ ଆପଣଙ୍କ ଡାଟାର ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣକୁ ପ୍ରତିବନ୍ଧିତ କରିବାକୁ ଅଧିକାର ରହିଛି । ଏହା ଅନ୍ତର୍ଭୁକ୍ତ କରେ:
- ପ୍ରତ୍ୟକ୍ଷ ମାର୍କେଟିଂ ପାଇଁ ଆପଣଙ୍କ ଡାଟାର ଆମର ପ୍ରକ୍ରିୟାକରଣକୁ ଆପତ୍ତି କରିବାର ଅଧିକାର ଆପଣଙ୍କର ରହିଛି, ଯାହା ଆପଣ ଏହି ପ୍ରକାର ମାର୍କେଟିଂ ଯୋଗାଯୋଗରେ "ଅନସବସ୍କ୍ରାଇବ୍" ଲିଙ୍କ୍ ବ୍ୟବହାର କରି କରିପାରିବେ; ଏବଂ
- ଜନସାଧାରଣଙ୍କ ହିତରେ ଆମେ ଏକ କାର୍ଯ୍ୟ ସମ୍ପାଦନ କରିବା କିମ୍ବା ଆମର ଆଇନଗତ ଆଗ୍ରହରେ ମାଗିବା କିମ୍ବା ତୃତୀୟ ପକ୍ଷଙ୍କୁ ଦେବା ସ୍ଥଳେ ଆପଣଙ୍କ ଡାଟା ପ୍ରକ୍ରିୟା କରାଇବାକୁ ଆପଣ ଆପତ୍ତି ଉଠାଇବାର ଅଧିକାର। ଏହି ଅଧିକାରକୁ ଆପଣ Facebook ଏବଂ Instagramରେ ବ୍ୟବହାର କରିପାରିବେ।
VII. ଡାଟା ପ୍ରତିଧାରଣ, ଏକାଉଣ୍ଟ୍ ନିଷ୍କ୍ରିୟକରଣ ଏବଂ ବିଲୋପକରଣ
ଆମର ସେବା ଏବଂ Facebook ଉତ୍ପାଦ ଆଉ ପ୍ରଦାନ କରିବାକୁ ଆବଶ୍ୟକ ହେଉନଥିବା ପର୍ଯ୍ୟନ୍ତ, କିମ୍ବା ଆପଣଙ୍କ ଏକାଉଣ୍ଟ୍ ବିଲୋପ ନହେବା ପର୍ଯ୍ୟନ୍ତ - ଯେଉଁଟି ବି ପ୍ରଥମେ ଆସେ - ଆମେ ଡାଟା ଷ୍ଟୋର୍ କରିଥାଉ । ଏହି ନିଷ୍ପତ୍ତି ଭିନ୍ନ ଭିନ୍ନ କ୍ଷେତ୍ରରେ ପୃଥକ ହୋଇପାରେ ଯାହା ଡାଟାର ପ୍ରକୃତି, ଏହା କାହିଁକି ସଂଗ୍ରହ କରାଯାଇଛି, ଏବଂ ସମ୍ବନ୍ଧୀୟ ଆଇନ୍ କିମ୍ବା ସଂଚାଳନ ଜାରି ରଖିବା ଆବଶ୍ୟକତା ପରି ବିଷୟ ଉପରେ ନିର୍ଭର କରେ । ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ Facebookରେ କିଛି ସନ୍ଧାନ କରନ୍ତି, ଆପଣ ଯେ କୌଣସି ସମୟରେ ସନ୍ଧାନ ଇତିହାସକୁ ଯାଇ ସେହି ଜିଜ୍ଞାସାଗୁଡିକୁ ଆକସେସ୍ କରିପାରିବେ ଏବଂ ବିଲୋପ କରିପାରିବେ, କିନ୍ତୁ ସେହି ସନ୍ଧାନର ଲଗ୍ 6 ମାସ ପରେ ତାହା ବିଲୋପ କରାଯାଇଥାଏ। ଏକାଉଣ୍ଟ୍ ଯାଞ୍ଚକରଣ ଉଦ୍ଦେଶ୍ୟରେ ଯଦି ଆପଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆପଣଙ୍କ ID ଦାଖଲ କରନ୍ତି, ଆମେ ସେହି କପି ସମୀକ୍ଷା କରାଯିବାର, ଅନ୍ୟଥା ଉଲ୍ଲେଖ ହୋଇଥିଲେ ତାହା 30 ଦିନ ପରେ ବିଲୋପ କରିଥାଉ। ଆପଣ ସେୟାର କରିଥିବା ବିଷୟବସ୍ତୁ ଏବଂ ବିଶେଷ ପ୍ଲଗଇନ୍ ମାଧ୍ୟମରେ ହାସଲ କରାଯାଇଥିବା କୁକୀଗୁଡିକର ବିଲୋପକରଣ ବିଷୟରେ ଅଧିକ ଜାଣନ୍ତୁ।
ଆପଣଙ୍କ ଏକାଉଣ୍ଟ୍ ଆପଣ ବିଲୋପ କରିବା ବେଳେ, ଆମେ ଆପଣ ପୋଷ୍ଟ୍ କରିଥିବା ବିଷୟଗୁଡିକ ବିଲୋପ କରିଥାଉ, ଯେପରିକି ଫଟୋ ଏବଂ ଷ୍ଟାଟସ୍ ଅଦ୍ୟତନ, ଏବଂ ପରେ ଆପଣ ସେହି ସୂଚନା ଆଉ ପୁନର୍ଲାଭ କରିପାରିବେ ନାହିଁ । ଆପଣଙ୍କ ବିଷୟରେ ଅନ୍ୟମାନେ ସେୟାର୍ କରିଥିବା ସୂଚନା ଆପଣଙ୍କ ଏକାଉଣ୍ଟ୍ର ଏକ ଅଂଶ ନୁହେଁ ଏବଂ ବିଲୋପ କରାଯିବ ନାହିଁ। ଆପଣଙ୍କ ଏକାଉଣ୍ଟ୍ ଯଦି ଆପଣ ବିଲୋପ କରିବାକୁ ଚାହାଁନ୍ତି ନାହିଁ କିନ୍ତୁ ଅସ୍ଥାୟୀ ଭାବେ ଉତ୍ପାଦଟି ବ୍ୟବହାର କରିବା ବନ୍ଦ କରିଦେବାକୁ ଚାହାଁନ୍ତି, ଏହା ବଦଳରେ ଆପଣଙ୍କ ଏକାଉଣ୍ଟ୍ ଆପଣ ନିଷ୍କ୍ରିୟ କରିପାରିବେ। ଯେକୌଣସି ସମୟରେ ଆପଣଙ୍କ ଏକାଉଣ୍ଟ୍ ବିଲୋପ କରିବାକୁ, ଦୟାକରି Facebook ସେଟିଂସମୂହ ଏବଂ Instagram ସେଟିଂସମୂହ ପରିଦର୍ଶନ କରନ୍ତୁ ।
VIII. ଆମେ ଆଇନଗତ ଅନୁରୋଧର କିପରି ଜବାବ ଦେଉ କିମ୍ବା କ୍ଷତିକୁ ପରିହାର କରିଥାଉ?
ଆମେ ଆପଣଙ୍କ ସୂଚନା ନିୟାମକ, ଆଇନ ପ୍ରବର୍ତ୍ତନ କିମ୍ବା ଅନ୍ୟମାନଙ୍କ ସହିତ ସେୟାର୍ ଆକ୍ସେସ୍ ଏବଂ ସଂରକ୍ଷଣ କରୁ:
- ଆଇନଗତ ଅନୁରୋଧ ଅନୁଯାୟୀ ଯଦି ଆମର ବିଶ୍ୱାସ ହୁଏ ଯେ ଆଇନ ଅନୁଯାୟୀ ଏପରି କରିବା ଆବଶ୍ୟକ ଅଟେ । ଯେତେବେଳେ ଆମର ବିଶ୍ୱାସ ହୁଏ ଯେ ସେହି ନ୍ୟାୟାଳୟର ଆଇନ ଅନୁଯାୟୀ ଆଇନଗତ ଅନୁରୋଧଟିକୁ ପ୍ରତିକ୍ରିୟା ଦେବା ଆବଶ୍ୟକ ଅଟେ, ସେହି ନ୍ୟାୟରେ ଏହା ଉପଯୋଗକର୍ତ୍ତାଙ୍କୁ ପ୍ରଭାବିତ କରେ, ଏବଂ ଆନ୍ତର୍ଜାତୀୟ ଚହ୍ନିତ ମାନାଙ୍କ ଅନୁଯାୟୀ ଏହା ଅଟେ ।
- ଆମର ଯେତେବେଳେ ବିଶ୍ୱାସ ହୁଏ ଯେ ଏହା କରିବା ଆବଶ୍ୟକ: ଠକେଇ ଚିହ୍ନଟ କରିବା, ପ୍ରତିରୋଧ କରିବା ଏବଂ ଏହାର ନିବାରଣ କରିବା, ଉତ୍ପାଦଗୁଡିକର ଅନଧିକୃତ ବ୍ୟବହାର, ଆମର ସର୍ତ୍ତାବଳୀ ଏବଂ ନୀତିର ଉଲଙ୍ଘନ, କିମ୍ବା ଅନ୍ୟାନ୍ୟ ହାନିକାରକ କିମ୍ବା ଅନୈତିକ କାର୍ଯ୍ୟକଳାପ; ନିଜକୁ (ଆମର ଅଧିକାର, ସମ୍ପତ୍ତି କିମ୍ବା ଉତ୍ପାଦ ଅନ୍ତର୍ଭୁକ୍ତ କରି), ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ, କୌଣସି ଅନୁସନ୍ଧାନ କିମ୍ବା ଆଇନଗତ ସନ୍ଧାନର ଅଂଶ ଭାବେ ଅନ୍ତର୍ଭୁକ୍ତ କରି; କିମ୍ବା ମୃତ୍ୟୁ କିମ୍ବା ଶରୀରର ଆଘାତକୁ ଏଡାଇବା ପାଇଁ । ଉଦାହରଣ ସ୍ୱରୂପ, ଯଦି ଯଥାର୍ଥ ହୋଇଥାଏ, ଆମେ ତୃତୀୟ-ପକ୍ଷ ଭାଗୀଦାରଙ୍କ ଠାରୁ ଏବଂ ଭାଗୀଦାରଙ୍କୁ ଆପଣଙ୍କ ଏକାଉଣ୍ଟ୍ର ଭରସାଯୋଗ୍ୟତା ବିଷୟରେ ଆମ ଉତ୍ପାଦଗୁଡିକୁ ନେଇ ଠକେଇ, ଅପବ୍ୟବହାର କିମ୍ବା ଉତ୍ପାଦ ମଧ୍ୟରେ ବା ବାହାରେ କୌଣସି ହାନିକାରକ କାର୍ଯ୍ୟକଳାପ ଏଡାଇବାକୁ ସୂଚନା ପ୍ରାପ୍ତ ଏବଂ ପ୍ରଦାନ କରୁ ।
IX. ଆମର ଜାଗତିକ ସେବାର ଏକ ଅଂଶ ଭାବେ ଆମେ କିପରି ଡାଟା ସଂଚାଳନ କରୁ ଏବଂ ସ୍ଥାନାନ୍ତର କରୁ?
Facebook କମ୍ପାନୀଗୁଡିକ ଭିତରେ ତଥା ଏହା ବାହାରେ ଆମର ଭାଗୀଦାରଙ୍କ ସହ ତଥା ଆପଣ ସମଗ୍ର ବିଶ୍ୱରେ ଏହି ପଲିସୀ ଅନୁଯାୟୀ ସଂଯୋଗ କରୁଥିବା ତଥା ଶେୟାର୍ କରୁଥିବା ସମସ୍ତଙ୍କ ସହ ସୂଚାନା ବିସ୍ୱସ୍ତରୀୟ ଭାବେ ଆମେ ଶେୟାର କରୁ । Facebook ଆୟାରଲ୍ୟାଣ୍ଡ ଦ୍ୱାରା ନିୟନ୍ତ୍ରିତ ସୂଚନା ସ୍ଥାନାନ୍ତରିତ କିମ୍ବା ଟ୍ରାନ୍ସମିଟ୍ ହୋଇପାରେ, ଯୁକ୍ତରାଷ୍ଟ୍ରରେ କିମ୍ବା ଆପଣ ରହୁଥିବା ଅନ୍ୟ ଦେଶର ବାହାରେ ପଲିସୀରେ ବ୍ୟାଖ୍ୟା କରାଯାଇଥିବା ଉଦ୍ଦେଶ୍ୟରେ ଷ୍ଟୋର୍ କିମ୍ବା ପ୍ରକ୍ରିୟା କରାଯାଇ ପାରେ । Facebook ସର୍ତ୍ତାବଳୀ ଏବଂ Instagram ସର୍ତ୍ତାବଳୀ ରେ ଧାର୍ଯ୍ୟ ହୋଇଥିବା ସେବାଗୁଡିକ ପ୍ରଦାନ କରିବାକୁ ଏବଂ ବିଶ୍ୱସ୍ତରରେ ସଂଚାଳନ କରିବାକୁ ତଥା ଆମର ଉତ୍ପାଦଗୁଡିକ ଆପଣଙ୍କୁ ପ୍ରଦାନ କରିବାକୁ ଏହି ଡାଟାର ସ୍ଥାନାନ୍ତରଣ ଆବଶ୍ୟକ ଅଟେ । EEAରୁ ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଦେଶଗୁଡିକୁ ଡାଟା ସ୍ଥାନାନ୍ତରଗୁଡିକ ପାଇଁ, ପ୍ରଯୁଜ୍ୟ ସ୍ଥଳେ, ଆମେ ୟୁରୋପୀୟ କମିସନ୍ଙ୍କ ଦ୍ୱାରା ଅନୁମୋଦିତ ମାନାଙ୍କ ଚୁକ୍ତିନାମା ଧାରା ବ୍ୟବହାର କରୁ ଏବଂ କେତେକ ନିର୍ଦ୍ଦିଷ୍ଟ ଦେଶ ବିଷୟରେ ୟୁରୋପୀୟ କମିସନ୍ଙ୍କ ପର୍ଯ୍ୟାପ୍ତ ନିଷ୍ପତ୍ତି ଉପରେ ଭରସା କରୁ ।
X. ଏହି ନୀତିର ପରିବର୍ତ୍ତନ ଉପରେ ଆମେ ଆପଣଙ୍କୁ କିପରି ସୂଚୀତ କରିବୁ?
ଏହ ନୀତିରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ଆମେ ଆପଣଙ୍କୁ ସୂଚିତ କରିବୁ ଏବଂ ଆପଣ ଆମ ଉତ୍ପାଦଗୁଡିକ ବ୍ୟବହାର କରିବା ଜାରି ରଖିବାକୁ ବାଛିବା ପୂର୍ବରୁ ସଂଶୋଧିତ ନୀତିକୁ ସମୀକ୍ଷା କରିବାକୁ ଆମେ ଆପଣଙ୍କୁ ସୁଯୋଗ ପ୍ରଦାନ କରିବୁ ।
XI. ପ୍ରଶ୍ନ ସହ Facebookକୁ କିପରି ଯୋଗାଯୋଗ କରିବେ
Facebook ଏବଂ Instagramରେ ଗୋପନୀୟତା କିପରି କାମ କରେ ତାହା ବିଷୟରେ ଆପଣ ଅଧିକ ଜାଣିପାରିବେ । ଯଦି ଆପଣଙ୍କର ଏହି ନୀତି ବିଷୟରେ ପ୍ରଶ୍ନ ରହିଛି, ନିମ୍ନରେ ବର୍ଣ୍ଣନା କରାଯାଇଥିବା ପରି ଆପଣ ଆମକୁ ଯୋଗାଯୋଗ କରିପାରିବେ ।
ଆପଣଙ୍କ ସୂଚନା ପାଇଁ ଦାୟୀ ଡାଟା ନିୟନ୍ତ୍ରଣକାରୀ ହେଉଛନ୍ତି Facebook Ireland, ଯାହାଙ୍କୁ ଆପଣ ଅନଲାଇନ୍ରେ ସମର୍କ, କିମ୍ବା ମେଲ୍ ମାଧ୍ୟମରେ ସମ୍ପର୍କ କରିପାରିବେ:
Facebook Ireland Ltd.
4 Grand Canal Square
Grand Canal Harbour
Dublin 2 Ireland
Facebook Ireland Ltd ନିମନ୍ତେ ଡାଟା ସୁରକ୍ଷା ଅଧିକାରୀଙ୍କୁ ସମ୍ପର୍କ କରନ୍ତୁ ।
Facebook Irelandର ମୁଖ୍ୟ ନୀରିକ୍ଷଣକାରୀ କର୍ତ୍ତୃପକ୍ଷ, ଆଇରିଶ୍ ଡାଟା ସୁରକ୍ଷା କମିସନର୍, କିମ୍ବା ଆପଣଙ୍କ ସ୍ଥାନୀୟ ନୀରିକ୍ଷକ ଅଧିକାରୀଙ୍କ ନିକଟରେ ମଧ୍ୟ ଆପଣଙ୍କର ଅଭିଯୋଗ ଦାଖଲ କରିବାର ଅଧିକାର ରହିଛି।
Facebook Ireland Ltd.
4 Grand Canal Square
Grand Canal Harbour
Dublin 2 Ireland
Facebook Ireland Ltd ନିମନ୍ତେ ଡାଟା ସୁରକ୍ଷା ଅଧିକାରୀଙ୍କୁ ସମ୍ପର୍କ କରନ୍ତୁ ।
Facebook Irelandର ମୁଖ୍ୟ ନୀରିକ୍ଷଣକାରୀ କର୍ତ୍ତୃପକ୍ଷ, ଆଇରିଶ୍ ଡାଟା ସୁରକ୍ଷା କମିସନର୍, କିମ୍ବା ଆପଣଙ୍କ ସ୍ଥାନୀୟ ନୀରିକ୍ଷକ ଅଧିକାରୀଙ୍କ ନିକଟରେ ମଧ୍ୟ ଆପଣଙ୍କର ଅଭିଯୋଗ ଦାଖଲ କରିବାର ଅଧିକାର ରହିଛି।
ଶେଷ ସଂଶୋଧନ ତାରିଖ: ଅଗଷ୍ଟ 21, 2020