ବ୍ୟବହାରର ସର୍ତ୍ତାବଳୀ

Instagram କୁ ସ୍ଵାଗତ!

ଏହି ବ୍ୟବହାରର ସର୍ତ୍ତାବଳୀଗୁଡିକ ଆପଣଙ୍କର Instagram ର ବ୍ୟବହାରକୁ ନିୟନ୍ତ୍ରଣ କରନ୍ତି ଏବଂ ନିମ୍ନରେ ଦର୍ଶାଯାଇଥିବା Instagramର ସେବା ସମ୍ଵନ୍ଧରେ ସୂଚନା ପ୍ରଦାନ କରନ୍ତି । ଯେତେବେଳେ ଆପଣ ଏକ Instagram ଏକାଉଣ୍ଟ୍ ସୃଷ୍ଟି କରିବେ କିମ୍ଵା Instagram ବ୍ୟବହାର କରିବେ, ଆପଣ ଏହି ସର୍ତ୍ତାବଳୀକୁ ରାଜି ହୋଇଛନ୍ତି ।

Instagram ସେବା ହେଉଛି Facebook ଉତ୍ପାଦଗୁଡିକ ର ଏକ, Facebook Ireland Limited ଦ୍ଵାରା ଆପଣଙ୍କୁ ପ୍ରଦାନ କରାଯାଇଛି ଏହି ବ୍ୟବହାରର ସର୍ତ୍ତାବଳୀ ତେଣୁକରି ଆପଣ ଏବଂ Facebook Ireland Limited ମଧ୍ୟରେ ଏକ ଚୁକ୍ତି ଗଠନ କରେ ।

Instagram ସେବା

ଆମେ ଆପଣଙ୍କୁ Instagram ସେବା ପ୍ରଦାନ କରିବାକୁ ରାଜି ଅଛୁ । ସମସ୍ତ Instagram ଉତ୍ପାଦ, ବୈଶିଷ୍ଟ୍ୟ, ଆପ୍ଲିକେସନ, ସେବାସମୂହ, ଟେକ୍ନୋଲୋଜିଗୁଡିକ, ଏବଂ ସଫ୍ଟୱେୟାର ସେବାର ଅନ୍ତର୍ଭୁକ୍ତ ହୋ‍ଇଥାଏ ଯାହାକୁ ଆମେ Instagramର ଲକ୍ଷ୍ୟର ପ୍ରଗତି ପାଇଁ ପ୍ରଦାନ କରୁ: ଆପଣଙ୍କୁ ଆପଣ ଭଲ ପାଉଥିବା ଲୋକ ଓ ବିଷୟଗୁଡିକର ନିକଟତର କରାଇବାକୁ । ସେବା ନିମ୍ନୋକ୍ତ ଦୃଷ୍ଟିକୋଣ ସହିତ ଗଠନ ହୋଇଛି ("ସେବା"):

  • ସୃଷ୍ଟି, ସଂଯୋଗ, ଯୋଗାଯୋଗ, ଆବିଷ୍କାର, ଏବଂ ସେୟାର୍ କରିବାକୁ ବ୍ୟକ୍ତିଗତକୃତ ସୁଯୋଗଗୁଡିକ ପ୍ରଦାନ କରିବା ।
    ଲୋକମାନେ ଭିନ୍ନ ଅଟନ୍ତି । ଆମେ ସେୟାର୍ ହୋଇଥିବା ଅନୁଭୂତିଗୁଡିକ ମାଧ୍ୟମରେ ଆପଣଙ୍କର ସେହି ସମ୍ପର୍କଗୁଡିକୁ ଦୃଢ କରିବାକୁ ଚାହୁଁ ଯାହା ପାଇଁ ଆପଣ ପ୍ରକୃତରେ ଯତ୍ନଶୀଳ । ଆପଣ କିଏ ଏବଂ ଆପଣ ଓ ଅନ୍ୟମାନେ କେଉଁ ବିଷୟରେ ଯତ୍ନ ନିଅନ୍ତି ସେହି ବିଷୟରେ ବୁଝିବାକୁ ଆମେ ସିଷ୍ଟମ୍‌ଗୁଡ଼ିକ ଗଠନ କରୁ, ଏବଂ ସେହି ସୂଚନା ବ୍ୟବହାର କରି ଆପଣଙ୍କ ପାଇଁ ପ୍ରଭାବଶାଳୀ ଅନୁଭୂତିଗୁଡିକ ତିଆରି, ଖୋଜିବା, ଯୋଗ ଦେବା, ଏବଂ ସେୟାର୍ କରିବାକୁ ସାହାଯ୍ୟ କରୁ | ତାହାର ଅଂଶରେ ହାଇଲାଇଟ୍ ହୋଇଥିବା ବିଷୟବସ୍ତୁ, ବୈଶିଷ୍ଟ୍ୟସମୂହ, ଅଫରଗୁଡିକ, ଏବଂ ଏକାଉଣ୍ଟ୍‌ଗୁଡିକ ରହିଛି ଯେଉଁଥିରେ ଆପଣ ହୁଏତ ଇଚ୍ଛୁକ ହୋଇପାରନ୍ତି, ଏବଂ ଆପଣ ଏବଂ ଅନ୍ୟ ମାନେ Instagram ରେ ଏବଂ Instagram ବାହାରେ ଯ଼ାହା କରନ୍ତି ତାହାର ଆଧାରରେ Instagram ଅନୁଭୂତି କରିବାକୁ ଆପଣଙ୍କୁ ପଥ ଦେଖାଇ ଥାଉ ।
  • ଏକ ସକାରାତ୍ମକ, ବିଶେଷ, ଏବଂ ସୁରକ୍ଷିତ ପରିବେଶ ବଢାଇବା ।
    ଆମେ ଉପକରଣସମୂହକୁ ବିକାଶ ଏବଂ ବ୍ୟବହାର କରୁ ଏବଂ ଆମ ସମ୍ପ୍ରଦାୟର ସଭ୍ୟଗଣଙ୍କୁ ଉତ୍ସ ପ୍ରଦାନ କରିଥାଉ ଯାହା ଯୁକ୍ତାତ୍ମକ ଏବଂ ସ୍ଵତନ୍ତ୍ର ଅନୁଭୂତି ଦେବାରେ ସହାୟତା କରେ, ଅନ୍ତର୍ଭୁକ୍ତ ଯେତେବେଳେ ଆମେ ଭାବିବୁ ଯେ ସେମାନେ ହୁଏତ ସହାୟତା ଆବଶ୍ୟକ କରିଥାନ୍ତି । ଆମର ମଧ୍ୟ ଦଳ ଏବଂ ସିଷ୍ଟମ୍ ରହିଛି ଯାହା ଆମର ସର୍ତ୍ତାବଳୀ ଏବଂ ନୀତିଗୁଡିକର ଅପବ୍ୟବହାର ଏବଂ ଉଲ୍ଲଂଘନଗୁଡିକୁ ପ୍ରତିରୋଧ କରେ, ସେହି ପରି କ୍ଷତିକାରକ ଏବଂ ଅପବ୍ୟବହାରକୁ ମଧ୍ୟ ପ୍ରତିରୋଧ କରେ । ଆମ ପାଖରେ ଥିବା ସମସ୍ତ ସୂଚନାକୁ-ଅନ୍ତର୍ଭୁକ୍ତ ଆପଣଙ୍କର ସୂଚନା- ଆମର ପ୍ଲାଟଫର୍ମ୍ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ପାଇଁ ଆମେ ବ୍ୟବହାର କରୁ । ଆମେ ମଧ୍ୟ ହୁଏତ ଅପବ୍ୟବହାର କିମ୍ଵା କ୍ଷତିକାରକ ବିଷୟବସ୍ତୁ ସମ୍ଵନ୍ଧରେ ସୂଚନା ଅନ୍ୟ Facebook କମ୍ପାନୀ କିମ୍ଵା ଆଇନ ପ୍ରବର୍ତ୍ତକ ସହିତ ସେୟାର୍ କରିଥାଉ । ଡାଟା ନୀତି ବିଷୟରୁ ଅଧିକ ଜାଣନ୍ତୁ ।
  • ଟେକ୍ନୋଲୋଜିର ବିକାଶ ଏବଂ ବ୍ୟବହାର କରିବା ଯାହା ଆମକୁ ଅବିରତ ଭାବରେ ଆମର ବିକାଶଶୀଳ ସମ୍ପ୍ରଦାୟକୁ ସେବା ଦେବାରେ ସହାୟତା କରେ ।
    ଆମର ବିକାଶଶୀଳ ସମ୍ପ୍ରଦାୟ ପାଇଁ ସୂଚନା ଆୟୋଜନ ଏବଂ ବିଶ୍ଳେଷଣ କରିବା ହେଉଛି ଆମର ସେବାର କେନ୍ଦ୍ରବିନ୍ଦୁ । ଆମର ସେବାର ଏକ ବୃହତ୍‌ ଅଂଶ ହେଉଛି କଟିଂ-ଏଜ୍ ଟେକ୍ନୋଲୋଜି ସୃଷ୍ଟି ଏବଂ ବ୍ୟବହାର କରିବା ଯାହା ଆମକୁ ବ୍ୟକ୍ତିଗତକରଣ, ସୁରକ୍ଷା ଦେବାରେ ସାହାଯ୍ୟ କରେ ଏବଂ ଏକ ବୃହତ୍‌ ଗ୍ଲୋବାଲ୍ ସମ୍ପ୍ରଦାୟ ପାଇଁ ଅତୁଳନୀୟ ବୃହତ୍‌ ମାତ୍ରାରେ ଆମର ସେବାକୁ ଉନ୍ନତ କରେ । କୃତ୍ରିମ ବୁଦ୍ଧିମତା ଏବଂ ମେସିନ ଶିକ୍ଷଣ ଆମକୁ ଆମ ସେବାରେ ଜଟିଳ ପ୍ରକ୍ରିୟାକରଣ ଲାଗୁ କରିବା ପାଇଁ ଶକ୍ତି ଦେଇଥାଏ । ସ୍ୱଚାଳିତ ଟେକ୍ନୋଲୋଜିଗୁଡିକ ମଧ୍ୟ ଆମର ସେବାର କାର୍ଯ୍ୟ କ୍ଷମତା ଏବଂ ଅଖଣ୍ଡତାକୁ ସୁନିଶ୍ଚିତ କରିବାରେ ଆମକୁ ସହାୟତା କରେ ।
  • ଅନ୍ୟ Facebook କମ୍ପାନୀ ଉତ୍ପାଦଗୁଡିକ ଉପରେ ସୁସଙ୍ଗତ ଏବଂ ନିର୍ବାଧ ଅନୁଭୂତି ପ୍ରଦାନ କରିବାକୁ:
    Instagram ହେଉଛି Facebook କମ୍ପାନୀର ଏକ ଅଂଶ, ଯାହା ସେବାଗୁଡିକ ଉତ୍ତମ, ନିରାପଦ, ଏବଂ ଅଧିକ ସୁରକ୍ଷିତ କରିବା ପାଇଁ ଆମେ ଟେକ୍ନୋଲୋଜି, ସିଷ୍ଟମ୍‌ଗୁଡିକ, ଇନସାଇଟ୍‍ ଏବଂ ଆପଣଙ୍କର ବିଷୟରେ (ଡାଟା ନୀତିବିଷୟରେ ଅଧିକ ଜାଣନ୍ତୁ) ସୂଚନା ସେୟାର୍‌ କରୁ | ଆମେ ମଧ୍ୟ ଆପଣ ବ୍ୟବହାର କରୁଥିବା ସାରା Facebook Company ଉତ୍ପାଦଗୁଡିକରେ ପରିଚିତ ହେବାକୁ ପଥ ଦେଇଥାଉ, ଏବଂ ସିଷ୍ଟମ୍‌ଗୁଡିକ ଡିଜାଇନ୍ କରିଥାଉ ଯାହା ଏକ ସିମଲେସ୍ ଏବଂ ସ୍ଥିର ଅନୁଭୂତି Facebook Company ଉତ୍ପାଦଗୁଡିକରେ ଦେଇଥାଏ ।
  • ଆମର ସେବା ପାଇଁ ଏକ ସ୍ଥିର ଗ୍ଲୋବାଲ୍ ଇନଫ୍ରାଷ୍ଟ୍ରକଚର୍‌ ସୁନିଶ୍ଚିତ କରିବା ।
    ଆମର ଗ୍ଲୋବାଲ୍ ସେବା ପ୍ରଦାନ କରିବାକୁ, ଆମେ ସାରା ବିଶ୍ୱରେ ଥିବା ଆମର ସିଷ୍ଟମ୍‌ ରେ ଡାଟା ଷ୍ଟୋର୍‌ ଏବଂ ସ୍ଥାନାନ୍ତର କରୁ, ଯେଉଁଥିରେ ଆପଣ ବାସ କରୁଥିବା ଦେଶ ବାହାର ଅନ୍ତର୍ଭୁକ୍ତ ଅଟେ । ଏହି ଇନଫାଷ୍ଟ୍ରକଚର୍ ହୁଏତ Facebook, Inc., Facebook Ireland Limited, କିମ୍ଵା ଏହାର ସହଭାଗୀଗଣଙ୍କ ଦ୍ଵାରା ମାଲିକାନା କିମ୍ଵା ପରିଚାଳିତ ହୋଇଥାଏ ।
  • ଆପଣ ଚାହୁଁଥିବା ଉପାୟ ମାଧ୍ୟମରେ ବ୍ରାଣ୍ଡ, ଉତ୍ପାଦ, ଏବଂ ସେବାଗୁଡ଼ିକ ସହିତ ସଂଯୋଜିତ କରେ |
    ଆମେ ଆପଣଙ୍କୁ ବିଜ୍ଞାପନ, ଅଫର୍‌ ଏବଂ ଅନ୍ୟ ପ୍ରାୟୋଜିତ ବିଷୟବସ୍ତୁ ଯାହା ଆପଣଙ୍କ ପାଇଁ ସାହାଯ୍ୟକାରି ବୋଲି ଆମେ ବିଶ୍ୱାସ କରୁ ତାହା ଦେଖାଇବା ପାଇଁ ଆମେ Instagram ଏବଂ ଅନ୍ୟ Facebook କମ୍ପାନୀ ଉତ୍ପାଦଗୁଡିକ, ସହିତ ତୃତୀୟ ପକ୍ଷ ଭାଗୀଦାରଙ୍କର ଡାଟା ବ୍ୟବହାର କରୁ । ଏବଂ ଆମେ Instagramରେ ଆପଣଙ୍କର ଅନ୍ୟ ସମସ୍ତ ଅନୁଭୂତି ପରି ସେହି ବିଷୟବସ୍ତୁକୁ ପ୍ରଯୁଜ୍ୟ କରିବାକୁ ଚେଷ୍ଟା କରୁ ।
  • ଗବେଷଣା ଏବଂ ନବୀନ ପ୍ରକ୍ରିୟା ।
    ଆମର ସମ୍ପ୍ରଦାୟର ଭଲ ପାଇଁ ଏବଂ ଆମର ସେବାକୁ ଉତ୍ତମ କରିବା ପାଇଁ ଅନ୍ୟମାନଙ୍କ ସହିତ ମିଳିମିଶି ଗବେଷଣା କରିବାକୁ ଏବଂ ଆମର ସେବା ଅଧ୍ୟୟନ କରିବାକୁ ଆମେ ଆମର ସୂଚନାକୁ ବ୍ୟବହାର କରିଥାଉ ।

ଡାଟା ନୀତି

ଆମର ସେବା ପ୍ରଦାନ କରିବା ପାଇଁ ଆପଣଙ୍କର ସୂଚନା ବ୍ୟବହାର ଏବଂ ସଂଗ୍ରହ କରିବା ଆବଶ୍ୟକ ହୋଇଥାଏ । ଡାଟା ନୀତି ବ୍ୟାଖ୍ୟା କରେ ଯେ ଆମେ କିପରି Facebook ଉତ୍ପାଦଗୁଡିକରୁ ସୂଚନା ସଂଗ୍ରହ, ବ୍ୟବହାର, ଏବଂ ସେୟାର୍ କରୁ । ଏହା ଆପଣଙ୍କର ସୂଚନା ନିୟନ୍ତ୍ରଣ କରିବାର ଅନେକ ଉପାୟ ବିଷୟରେ ବର୍ଣ୍ଣନା କରେ, ଯେଉଁଥିରେ Instagram ଗୋପନୀୟତା ଏବଂ ସୁରକ୍ଷା ସେଟିଂସମୂହ ଅନ୍ତର୍ଭୁକ୍ତ ।


ଆପଣଙ୍କର ପ୍ରତିଶୃତିଗୁଡିକ

ସେବା ପ୍ରଦାନ କରିବାକୁ ଆମର ପ୍ରତିଶୃତି ପ୍ରତିବଦଳରେ, ଆପଣ ଆମକୁ ନିମ୍ନୋକ୍ତ ପ୍ରତିଶୃତି ଦେବା ଆମେ ଆବଶ୍ୟକ କରୁ ।

Instagram କିଏ ବ୍ୟବହାର କରିପାରିବେ । ଆମେ ଚାହୁଁ ଆମର ସେବା ଉନ୍ମୁକ୍ତ ଏବଂ ଯଥା ସମ୍ଭବ ସମ୍ମିଳିତ ରହୁ, କିନ୍ତୁ ଆମେ ମଧ୍ୟ ଚାହୁଁ ଏହାକୁ ସୁରକ୍ଷିତ, ନିରାପଦ, ଏବଂ ଆଇନ ଅନୁଯାୟୀ ରଖିବା ପାଇଁ । ତେଣୁ, ଆପଣ Instagram ସମ୍ପ୍ରଦାୟର ଅଂଶ ହେବା ନିମନ୍ତେ କିଛି ପ୍ରତିବନ୍ଧଗୁଡିକୁ ପ୍ରତିଶୃତି ଦେବା ପାଇଁ ଆମେ ଆବଶ୍ୟକ କରୁ ।
  • ଆପଣ ନିଶ୍ଚିତଭାବରେ 13 ବର୍ଷର ହୋଇଥିବା ଆବଶ୍ୟକ ଅଟେ ।
  • ଆପଣ ନିଶ୍ଚିତଭବାରେ ଦେୟଗୁଡିକ ସମ୍ଵନ୍ଧିତ ସେବାଗୁଡିକରେ ପ୍ରଯୁଜ୍ୟ ଆଇନ ବ୍ୟସ୍ତତା ଆଧାରରେ ଯଦି ଆପଣ ପ୍ରଯୁଜ୍ୟ ଅଗ୍ରାହ୍ୟ ପକ୍ଷ ତାଲିକା କରଣରେ ଯେକୌଣସି ପ୍ରାପ୍ତ କରିବା ଠାରୁ ପ୍ରତିବନ୍ଧିତ ହୋଇନଥିବା ଆବଶ୍ୟକ ଅଟେ ।
  • ଆମେ ଆଇନ କିମ୍ୱା କୌଣସି ନୀତିର ଉଲ୍ଲଂଘନ ପାଇଁ ଆପଣଙ୍କର ଏକାଉଣ୍ଟ୍‌କୁ ପୂର୍ବରୁ ଅକ୍ଷମ କରି ନ ଥିବୁ।
  • ଆପଣ ଯୌନ ଅପରାଧୀ ଭାବରେ ଦୋଷୀ ହୋଇନଥିବେ ।

ଆପଣ Instagram କିପରି ବ୍ୟବହାର କରିପାରିବେ ନାହିଁ । ଏକ ବ୍ୟାପକ ସମ୍ପ୍ରଦାୟ ପାଇଁ ଏକ ନିରାପଦ ଏବଂ ଉନ୍ମୁକ୍ତ ସେବା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ନିଜର କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ।
  • ଆପଣ ଭୁଲ୍‌ ସୂଚନା ପ୍ରଦାନ କିମ୍ଵା ଅନ୍ୟଙ୍କୁ ପ୍ରତରୂପଣ କରିପାରିବେ ନାହିଁ ।
    Instagramରେ ଆପଣଙ୍କୁ ଆପଣଙ୍କର ପରିଚୟ ଉନ୍ମୋଚନ କରିବାକୁ ହେବ ନାହିଁ, କିନ୍ତୁ ଆପଣ ନିଶ୍ଚିତ ଭାବରେ ଆମକୁ ସଠିକ ଏବଂ ଅଦ୍ୟତିତ ସୂଚନା ପ୍ରଦାନ କରିବେ (ପଞ୍ଜିକରଣ ସୂଚନା ଅନ୍ତର୍ଭୁକ୍ତ ଅଟେ) । ଏହା ବ୍ୟତିତ, ଆପଣ ହୁଏତ ଆପଣ ହୋଇନଥିବା କେହିଜଣଙ୍କୁ ପ୍ରତରୂପଣ କରି ପାରିବେ ନାହିଁ, ଏବଂ ଆପଣ କାହାର ବ୍ୟକ୍ତ ଅନୁମତି ବିନା ତାଙ୍କ ନାମରେ ଏକ ଏକାଉଣ୍ଟ୍ ତିଆରି କରିପାରିବେ ନାହିଁ ।
  • ଆପଣ କୌଣସି ବେଆଇନ, ଭ୍ରମକାରୀ, କିମ୍ଵା ଠକାମି କାମ କରିବେ ନାହିଁ କିମ୍ଵା ଏକ ବେଆଇନ କିମ୍ଵା ଅସ୍ଵୀକୃତ ଉଦ୍ଦେଶ୍ୟ ପାଇଁ କିଛି କାମ କରିବେ ନାହିଁ ।
  • ଏହି ସର୍ତ୍ତ ଏବଂ ଆମର ନୀତିକୁ ଆପଣ ଉଲ୍ଲଂଘନ (କିମ୍ୱା ଅନ୍ୟ ମାନଙ୍କୁ ଉଲ୍ଲଂଘନ କରିବା ପାଇଁ ସାହାଯ୍ୟ କିମ୍ୱା ପ୍ରୋତ୍ସାହିତ) କରିପାରିବେ ନାହିଁ, ଯଥା ବିଶେଷକରି Instagram ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ, Instagram ପ୍ଲାଟଫର୍ମ୍ ନୀତି, ଏବଂ ସଙ୍ଗୀତ ନିର୍ଦ୍ଦେଶାବଳୀ ଆମର ସହାୟତା କେନ୍ଦ୍ରରେ ଆଚରଣ କିମ୍ଵା ବିଷୟବସ୍ତୁ କିପରି ରିପୋର୍ଟ୍‌ କରିପାରିବେ ଜାଣନ୍ତୁ ।
  • ଆପଣ ଉଦ୍ଦିଷ୍ଟ ସେବା ସଞ୍ଚାଳନ ଭଙ୍ଗ କରିବେ ନାହିଁ କିମ୍ଵା ହସ୍ତକ୍ଷେପ କରିବେ ନାହିଁ ।
  • ଆପଣ ଅଣସ୍ଵୀକୃତ ପଥରେ ଏକାଉଣ୍ଟ୍ ସୃଷ୍ଟି କରିବାକୁ କିମ୍ଵା ବେଆଇନ ଭାବରେ ସୂଚନା ପ୍ରବେଶ କିମ୍ଵା ସଂଗ୍ରହ କରିବା ପାଇଁ ଚେଷ୍ଟା କରିବେ ନାହିଁ ।
    ଏହା ଅନ୍ତର୍ଭୁକ୍ତ ଏକ ସ୍ଵତଃସ୍ପୃତ ମାଧ୍ୟମରେ ଏକାଉଣ୍ଟ୍ ତିଆରି କିମ୍ଵା ସୂଚନା ସଂଗ୍ରହ କରିବା ଆମର ବ୍ୟକ୍ତ ଅନୁମତି ବିନା ।
  • ଆପଣ ଆପଣଙ୍କ ଏକାଉଣ୍ଟ୍‌ର (ଆପଣଙ୍କ ଉପଭୋକ୍ତା ନାମ ଅନ୍ତର୍ଭୁକ୍ତ କରି) କୌଣସି ସ୍ୱରୂପ କ୍ରୟ, ବିକ୍ରୟ, କିମ୍ବା ସ୍ଥାନାନ୍ତର କରିପାରିବେ ନାହିଁ କିମ୍ବା ଅନ୍ୟ ଉପଭୋକ୍ତାମାନଙ୍କର ଲଗଇନ୍‌ କ୍ରେଡେନ୍‌ସିଆଲ କିମ୍ବା ବ୍ୟାଜ୍‌ଗୁଡିକ ମାଗିବେ, ସଂଗ୍ରହ, କିମ୍ବା ବ୍ୟବହାର କରିପାରିବେ ନାହିଁ ।
  • ଆପଣ ବ୍ୟକ୍ତିଗତ କିମ୍ବା ଗୋପନୀୟ ସୂଚନା ପୋଷ୍ଟ୍‌ କରିପାରିବେ ନାହିଁ କିମ୍ବା ଏପରି କୌଣସି ବିଷୟ କରିପାରିବେ ନାହିଁ ଯାହା କାହାର ଅଧିକାର ଉଲ୍ଲଂଘନ କରୁଥିବ, ବୌଦ୍ଧିକ ସମ୍ପତ୍ତି ଅନ୍ତର୍ଭୁକ୍ତ କରି ।
    ଆପଣଙ୍କର ବୌଦ୍ଧିକ ସମ୍ପତ୍ତି ଅଧିକାର ଉଲ୍ଲଂଘନ କରୁଥିବା ବିଷୟବସ୍ତୁ କିପରି ରିପୋର୍ଟ୍ କରିବେ ଅନ୍ତର୍ଭୁକ୍ତ କରି, ଏଠାରେ, ଅଧିକ ଜାଣନ୍ତୁ ।
  • ଆପଣ ଆମର ପୂର୍ବ ଲିଖିତ ଅନୁମତି ନନେଇ ଆପଣଙ୍କ ଉପଭୋକ୍ତା ନାମରେ କୌଣସି ଡୋମେନ୍ ନାମ କିମ୍ଵା URL ବ୍ୟବହାର କରିପାରିବେ ନାହିଁ ।
ଆପଣ ଆମକୁ ଦେଇଥିବା ଅନୁମତିଗୁଡିକ । ଆମର ଚୁକ୍ତିର ଅଂଶଭାବରେ, ଆପଣ ଆମକୁ ମଧ୍ୟ ଅନୁମତି ଦେବେ ଯାହା ଆମକୁ ସେବା ପ୍ରଦାନ କରିବା ପାଇଁ ଦରକାର ।
  • ଆମେ ଆପଣଙ୍କର ବିଷୟବସ୍ତୁର ମାଲିକାନା ଦାବି କରୁ ନାହୁଁ, କିନ୍ତୁ ଏହା ବ୍ୟବହାର କରିବା ପାଇଁ ଆପଣ ଆମକୁ ଏକ ଲାଇସେନ୍ସ ଅନୁମୋଦନ କରନ୍ତି ।
    ଆପଣଙ୍କର ବିଷୟବସ୍ତୁରେ ଆପଣଙ୍କର ଅଧିକାର ସମ୍ଵନ୍ଧରେ କିଛି ପରିବର୍ତ୍ତନ ହେଉନାହିଁ । ଆମେ ଆପଣଙ୍କର ବିଷୟବସ୍ତୁର ମାଲିକାନା ଦାବି କରୁ ନାହୁଁଁ ଯେ ଆପଣ କିମ୍ଵା ସେବା ମାଧ୍ୟମରେ ପୋଷ୍ଟ୍ କରିଛନ୍ତି । ତାହା ପରିବର୍ତ୍ତେ, ଯେତେବେଳେ ଆପଣ ବୌଦ୍ଧିକ ସମ୍ପତ୍ତି ଅଧିକାର ଦ୍ଵାରା ପରିସରଭୁକ୍ତ ବିଷୟବସ୍ତୁ (ଯେପରି କି ଫଟୋ କିମ୍ଵା ଭିଡିଓଗୁଡିକ) ସେୟାର୍‌, ପୋଷ୍ଟ, କିମ୍ଵା ଅପଲୋଡ୍ କରିବେ ଆମର ସେବାଗୁଡିକ ସହିତ ସଂଯୋଜନ ରହି , ଆପଣ ଆମକୁ ଏଣୁ ନିଜର ବିଷୟବସ୍ତୁର ହୋଷ୍ଟ, ବ୍ୟବହାର, ବିତରଣ, ପରିବର୍ତ୍ତନ, ଚାଳନ, କପି, ସର୍ବସାଧାରଣରେ ଦର୍ଶାଇବା କିମ୍ଵା ପ୍ରଦର୍ଶନ, ଅନୁବାଦ କରିବା, ଏବଂ ଆପଣ ନିଜର ବିଷୟବସ୍ତୁର ଯୌଗିକ କାର୍ଯ୍ୟ ତିଆରି କରିବା ପାଇଁ ଏକ ସାଧାରଣ, ହସ୍ତାନ୍ତରକ୍ଷମ, ଉପ-ଲାଇସେନ୍ସଯୁକ୍ତ, ଏବଂ ରୟାଲିଟି-ମୁକ୍ତ ବିଶ୍ୱସ୍ତରୀୟ ଲାଇସେନ୍ସ ପ୍ରଦାନ କରନ୍ତି (ଆପଣଙ୍କର ଗୋପନୀୟତା ଏବଂ ଆପ୍ଲିକେସନ୍‌ ସେଟିଂସ୍‌ ସହିତ ସୁସଂଗତ ) । ଆପଣ ଯେକୌଣସି ସମୟରେ ଆପଣଙ୍କର ବିଷୟବସ୍ତୁ କିମ୍ଵା ଏକାଉଣ୍ଟ୍ ବିଲୋପ କରି ଏହି ଲାଇସେନ୍ସ ଶେଷ କରିପାରିବେ । ତଥାପି, ବିଷୟବସ୍ତୁ ଦେଖାଯିବା ଜାରି ରହିବ ଯଦି ଆପଣ ଅନ୍ୟମାନଙ୍କ ସହିତ ଏହାକୁ ସେୟାର୍ କରିଥିବେ ଏବଂ ସେମାନେ ଏହାକୁ ବିଲୋପ କରିନଥିବେ । ଆମେ କିପରି ସୂଚନା ବ୍ୟବହାର କରୁ, ଏବଂ ଆପଣଙ୍କର ବିଷୟବସ୍ତୁକୁ ନିୟନ୍ତ୍ରଣ ଏବଂ ବିଲୋପ କରୁ ସେ ବିଷୟରେ ଅଧିକ ଜାଣିବାକୁ, ଡାଟା ନୀତିକୁ ସମୀକ୍ଷା କରନ୍ତୁ ଏବଂ Instagram ସହାୟତା କେନ୍ଦ୍ର କୁ ଯାଆନ୍ତୁ ।
  • ଆପଣଙ୍କର ଉପଭୋକ୍ତା ନାମ, ପ୍ରୋଫାଇଲ୍‌ ଚିତ୍ର, ଏବଂ ଏକାଉଣ୍ଟ୍‌, ବିଜ୍ଞାପନ, ଏବଂ ପ୍ରୟୋଜିତ ବିଷୟ ସହିତ ଆପଣଙ୍କର ସମ୍ପର୍କ ଏବଂ କାର୍ଯ୍ୟ ବିଷୟରେ ସୂଚନା ବ୍ୟବହାର କରିବାକୁ ଅନୁମତି ।
    ଆପଣ ଆମକୁ ନିଜର ଉପଭୋକ୍ତା ନାମ, ପ୍ରୋଫାଇଲ୍‌ ଚିତ୍ର, ଏବଂ ପ୍ରଯୋଜିତ ବିଷୟ ସହିତ ଆପଣଙ୍କର କାର୍ଯ୍ୟ ବିଷୟରେ ସୂଚନା (ଯେପରି କି ପସନ୍ଦଗୁଡିକ) କିମ୍ଵା ସମ୍ପର୍କଗୁଡିକ (ଯେପରି କି ଅନୁସରଣଗୁଡିକ) ପାଇଁ Facebook ଉତ୍ପାଦଗୁଡିକରେ ପ୍ରଦର୍ଶିତ ହୋଇଥିବା ଏକାଉଣ୍ଟ୍, ବିଜ୍ଞାପନ, ଅଫର୍, ଏବଂ ଅନ୍ୟ ପ୍ରଯୋଜିତ ବିଷୟବସ୍ତୁ ଯାହାକୁ ଆପଣ ଅନୁସରଣ କରନ୍ତି କିମ୍ଵା ନିୟୋଜିତ ତାହା ସମ୍ପର୍କରେ ସୂଚନା ଦେଖାଇବା ପାଇଁ ଅନୁମତି ଦିଅନ୍ତି କୌଣସି କ୍ଷତିପୂରଣ ବିନା । ଉଦାହରଣ ସ୍ଵରୂପ, ଆମେ ହୁଏତ ଦେଖାଇ ପାରୁ ଯେ ଆପଣ ଏକ ବ୍ରାଣ୍ଡ୍ ଦ୍ଵାରା ତିଆରି ହୋଇଥିବା ପୋଷ୍ଟ୍ ପସନ୍ଦ କରିଛନ୍ତି ଯାହାର Instagram ରେ ବିଜ୍ଞାପନଗୁଡିକ ପ୍ରଦର୍ଶନ କରିବାକୁ ଆମେ ଦେୟ ଗ୍ରହଣ କରିଛୁ । ଅନ୍ୟ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟ ଏକାଉଣ୍ଟ୍‌ର ଅନୁସରଣ ପରି, ପ୍ରଯୋଜିତ ବିଷୟବସ୍ତୁ ଉପରେ କାର୍ଯ୍ୟାନିଷ୍ଠାନ ଏବଂ ପ୍ରଯୋଜିତ ଏକାଉଣ୍ଟ୍‌ର ଅନୁସରଣ କେବଳ ସେହି ଲୋକମାନଙ୍କ ଦ୍ୱାରା ଦେଖାଯାଇପାରିବ ଯାହା ପାଖରେ ସେହି ବିଷୟବସ୍ତୁଗୁଡିକୁ ଦେଖିବା କିମ୍ଵା ଅନୁସରଣ କରିବା ପାଇଁ ଅନୁମତି ରହିଛି । ଆମେ ମଧ୍ୟ ଆପଣଙ୍କର ବିଜ୍ଞାପନ ସେଟିଂସମୂହକୁ ସମ୍ମାନ କରୁ । ଆପଣ ଏଠାରେ ନିଜର ବିଜ୍ଞାପନ ସେଟିଂସମୂହ ସମ୍ପର୍କରେ ଅଧିକ ଜାଣିପାରିବେ ।
  • ଆପଣ ରାଜି ହୋଇଛନ୍ତି ଯେ ଆମେ ଆପଣଙ୍କର ଡିଭାଇସ୍‌ରେ ସେବାର ଅଦ୍ୟତନ ଡାଉନଲୋଡ୍ ଏବଂ ସଂସ୍ଥାପନ କରିପାରିବୁ ।

ଅତିରିକ୍ତ ଅଧିକାର ଆମେ ରଖିଛୁ

  • ଯଦି ଆପଣ ଆପଣଙ୍କର ଏକାଉଣ୍ଟ୍ ପାଇଁ ଏକ ଉପଭୋକ୍ତା ନାମ କିମ୍ଵା ସମପ୍ରକାରର ପରିଚାୟକ ଚୟନ କରିବେ, ଆମେ ହୁଏତ ଏହା ପରିବର୍ତ୍ତନ କରିପାରୁ ଯଦି ଆମେ ବିଶ୍ଵାସ କରୁ ଯେ ଏହା ଉପଯୁକ୍ତ କିମ୍ଵା ଆବଶ୍ୟକ ଅଟେ (ଉଦାହରଣ ସ୍ଵରୁପ, ଯଦି ଏହା କେହିଜଣଙ୍କ ବୌଦ୍ଧିକ ସମ୍ପତ୍ତି କିମ୍ଵା ଅନ୍ୟ ଉପଭୋକ୍ତାଙ୍କ ପ୍ରତରୂପଣ କରିଥାଏ) ।
  • ଯଦି ଆପଣ ବୌଦ୍ଧିକ ଗୁଣଧର୍ମ ଅଧିକାର ଦ୍ଵାରା ପରିସରଭୁକ୍ତ ସେବା ବ୍ୟବହାର କରିବେ ଯାହା ଆମେ ଆମର ଉତ୍ପାଦଗୁଡିକରେ ଉପଲବ୍ଧତା କରିଛୁ ଏବଂ କରିବୁ (ଉଦାହରଣ ସ୍ଵରୁପ, ପ୍ରତିଛବି, ଡିଜାଇନ, ଭିଡିଓ, କିମ୍ଵା ଆମେ ପ୍ରଦାନ କରୁଥିବା ସାଉଣ୍ଡ୍ ଯାହା ଆପଣ ସେୟାର୍ କିମ୍ଵା ଆପଣ ସୃଷ୍ଟି କରିବାକୁ ଯୋଡିଛନ୍ତି), ଆମେ ଆମର ବିଷୟବସ୍ତୁର ସମସ୍ତ ଅଧିକାର ରଖୁ (କିନ୍ତୁ ଆପଣଙ୍କର ନୁହେଁ) ।
  • ଆପଣ କେବଳ ଆମର ବୌଦ୍ଧିକ ସମ୍ପତ୍ତି ଏବଂ ଟ୍ରେଡମାର୍କ୍‌ଗୁଡିକ କିମ୍ଵା ଯେକୌଣସି ସମପରି ଚିହ୍ନଗୁଡିକ ବ୍ୟବହାର କରିପାରିବେ ଯେପରି ଆମରବ୍ରାଣ୍ଡ୍ ବ୍ୟବହାର ନିର୍ଦ୍ଦେଶାବଳୀରେ ସ୍ୱତନ୍ତ୍ର ରୂପେ ଅନୁମୋଦିତ ହୋଇଥାଏ ହୋଇଥିଲେ କିମ୍ଵା ଆମର ପୂର୍ବ ଲିଖିତ ଅନୁମତି ସହିତ ।
  • ପରିବର୍ତ୍ତନ, ନୂତନତ୍ୱହୀନ କାର୍ଯ୍ୟ ସୃଷ୍ଟି, ଡିକମ୍ପାଇଲ, କିମ୍ଵା ଅନ୍ୟଥା ଉତ୍ସ କୋଡ୍ ବାହାର କରିବାକୁ ଚେଷ୍ଟା କରିବା ପାଇଁ ଆପଣ ନିଶ୍ଚିତ ଭାବେ ଆମ ଠାରୁ ଲିଖିତ ଅନୁମତି କିମ୍ବା ଆମ ଠାରୁ ଏକ ମୁକ୍ତ ଉତ୍ସ ଲାଇସେନ୍ସ ପ୍ରାପ୍ତ କରିବା ଉଚିତ ।

ଅପସାରଣ ଏବଂ ଅକ୍ଷମ କରିବା କିମ୍ଵା ଆପଣଙ୍କର ଏକାଉଣ୍ଟ୍ ରଦ୍ଧ କରିବା ବିଷୟବସ୍ତୁ ।

  • ଆମେ ସେବାରେ ଆପଣ ସେୟାର୍ କରିଥିବା ଯେକୌଣସି ବିଷୟବସ୍ତୁ କିମ୍ଵା ସୂଚନା ଅପସାରଣ କରିପାରିବୁ ଯଦି ଆମେ ବିଶ୍ଵାସ କରୁ ଯେ ଏହା ଏହି ବ୍ୟବହାରର ସର୍ତ୍ତାବଳୀ ଉଲ୍ଲଂଘନ କରୁଛି, ଆମର ପଲିସିଗୁଡିକ (ଅନ୍ତର୍ଭୁକ୍ତ ଅଟେ ଆମର Instagram ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ), କିମ୍ଵା ଆମେ ଆଇନ ଦ୍ଵାରା କରିବାକୁ ଆବଶ୍ୟକୀୟ ଅଟେ । ଆମେ ପ୍ରଦାନ କରିବାକୁ ଅଗ୍ରାହ୍ୟ କରିପାରୁ କିମ୍ଵା ଆପଣଙ୍କୁ ସେବାର ଅଂଶ କିମ୍ଵା ସମସ୍ତ ପ୍ରଦାନ କରିବା ବନ୍ଦ କିମ୍ବା ଦେବାକୁ ଅଗ୍ରାହ୍ୟ କରିପାରିବୁ (ଅନ୍ତର୍ଭୁକ୍ତ ଅଟେ ଆପଣଙ୍କର ଏକାଉଣ୍ଟ୍ ଅକ୍ଷମ କିମ୍ଵା ଅଗ୍ରାହ୍ୟ କରିବା) ତୁରନ୍ତ ଯଦି ଆପଣ ସ୍ପଷ୍ଟ, ଗୁରୁତ୍ଵରସହିତ କିମ୍ଵା ବାରମ୍ଵାର ବ୍ୟବହାରର ଏହି ସର୍ତ୍ତାବଳୀ ଉଲ୍ଲଂଘନ କରୁଛି (ଅନ୍ତର୍ଭୁକ୍ତ ଅଟେ ଆମର Instagram ସମ୍ପ୍ରଦାୟ ନିର୍ଦ୍ଦେଶାବଳୀଗୁଡିକ), ଯଦି ଆପଣ ବାରମ୍ଵାର ଲୋକଙ୍କ ଇଣ୍ଟଲେକଚୁଆଲ୍ ଗୁଣଧର୍ମ ଅଧିକାର ଉଲ୍ଲଂଘନ କରନ୍ତି, କିମ୍ଵା ଆମେ କେଉଁଠାରେ ଅନୁମୋଦିତ କିମ୍ଵା ଆଇନ ଦ୍ଵାରା କରିବାକୁ ଯେଉଁଠାରେ ଆବଶ୍ୟକ ଅଟେ । ଯଦି ଆମେ ଆମର ଗୋଷ୍ଠୀ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ଆପଣଙ୍କର ବିଷୟବସ୍ତୁ ଅପସାରଣ କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରୁ, କିମ୍ଵା ଆପଣଙ୍କର ଏକାଉଣ୍ଟ୍ ଅକ୍ଷମ କିମ୍ଵା ଅଗ୍ରାହ୍ୟ କରୁ, ଯେଉଁଠାରେ ପ୍ରଯୁଜ୍ୟ ଆମେ ଆପଣଙ୍କୁ ସୂଚିତ କରିବୁ. ଯଦି ଆପଣ ବିଶ୍ଵାସ କରନ୍ତି ଆପଣଙ୍କର ଏକାଉଣ୍ଟ୍ ଭୁଲ୍‌ଭାବରେ ରଦ୍ଧ ହୋଇଛି, କିମ୍ଵା ଆପଣ ଅକ୍ଷମ କରିବାକୁ ଚାହୁଁଁଛନ୍ତି କିମ୍ଵା ସ୍ଥାୟୀଭାଅବ୍ରେ ଆପଣଙ୍କର ଏକାଉଣ୍ଟ୍ ବିଲୋପ କରିବାକୁ ଚାହୁଁଛନ୍ତି, ତେବେ ଆମର ସହାୟତା କେନ୍ଦ୍ର ସହ ସମ୍ପର୍କ କରନ୍ତୁ ।
  • ଆପଣ ବିଲୋପ କରିଥିବା ବିଷୟବସ୍ତୁ ହୁଏତ ସୀମିତ ଅବଧି ପାଇଁ ବ୍ୟାକ୍‌ଅପ୍ ବଳବତ୍ତର ରହିପାରେ ଏବଂ ଏହା ଦୃଶ୍ୟଲବ୍ଧ ରହିବ ଯଦି ଅନ୍ୟ ମାନେ ଏହାକୁ ସେୟାର୍ କରିଥିବେ । ଆପଣଙ୍କର ଏକାଉଣ୍ଟ ରଦ୍ଦ କିମ୍ୱା ବିଲୋପ ହୋଇଥିଲେ ମଧ୍ୟ, ଏହି ଅନୁଚ୍ଛେଦ ଏବଂ ନିମ୍ନୋକ୍ତ ଭାଗ "ଆମର ଚୁକ୍ତି ଏବଂ ଯଦି ଆମେ ଅରାଜି ହେଉ ତେବେ କଣ ହୁଏ," ଲାଗୁ ହେବ ।

ଆମର ଚୁକ୍ତି ଏବଂ ଯଦି ଆମେ ଅରାଜି ହେଉ ତେବେ କଣ ହୁଏ ।

ଆମର ଚୁକ୍ତି ।
  • ସେବାରେ ଆପଣଙ୍କର ସଂଗୀତ ବ୍ୟବହାର ମଧ୍ୟ ଆମର ସଙ୍ଗୀତ ନିର୍ଦ୍ଦେଶାବଳୀ ଉପରେ ଆଧାରିତ, ଏବଂ ଆମର API ର ବ୍ୟବହାର ଆମର ପ୍ଲାଟଫର୍ମ୍ ନୀତି\ ଉପରେ ଆଧାରିତ ଅଟେ । ଯଦି ଆପଣ କେତେକ ନିର୍ଦ୍ଧିଷ୍ଟ ବୈୖଶିଷ୍ଟ୍ୟ କିମ୍ଵା ସମ୍ଵନ୍ଧିତ ସେବାସମୂହ ବ୍ୟବହାର କରିବେ, ଆମ ଚୁକ୍ତିନାମାର ଏକ ଅଂଶ ହେବା ଅତିରିକ୍ତ ସର୍ତ୍ତାବଳୀରେ ରାଜି ହେବାକୁ ଆପଣଙ୍କୁ ଏକ ସୁଯୋଗ ପ୍ରଦାନ କରାଯିବ । ଉଦାହରଣ ସ୍ଵରୁପ, ଯଦି ଆପଣ ଦେୟ ବୈଶିସଃଟ୍ୟସମୂହ ବ୍ୟବହାର କରିବେ, ଆପଣ ସମ୍ପ୍ରଦାୟ ଦେୟ ସର୍ତ୍ତାବଳୀ କୁ ରାଜି ହେବାକୁ କୁହାଯିବ । ଯଦି ଏହି ଚୁକ୍ତି ସହିତ ସେହି ସର୍ତ୍ତାବଳୀଗୁଡିକର କୌଣସି ଦ୍ଵନ୍ଦ ଆସେ, ତେବେ ସେହି ଅନ୍ୟ ସର୍ତ୍ତାବଳୀ ବିଧି ସଂଗତ ନିୟନ୍ତ୍ରଣ କରିବ ।
  • ଯଦି ଏହି ଚୁକ୍ତିର କୌଣସି ଦୃଷ୍ଟିକୋଣ ବାଧ୍ୟ ହୋଇପାରିବ ନାହିଁ ତେବେ, ଅବଶିଷ୍ଟ ପ୍ରଭାବରେ ରହିବ ।
  • ଆମର ଚୁକ୍ତିକୁ ଯଦି କୌଣସି ସଂଶୋଧନ କିମ୍ଵା ଛାଡ ହେବ ତାହା ନିଶ୍ଚିତଭାବରେ ଲିଖିତ ଏବଂ ଆମ ଦ୍ଵାରା ଦସ୍ତଖତ ହୋଇଥିବା ଦରକାର । ଯଦି ଆମେ ଏହି ଚୁକ୍ତିର କୌଣସି ଦୃଷ୍ଟିକୋଣ ବାଧ୍ୟ କରିବାକୁ ବିଫଳ ହେଉ, ଏହା ଏକ ଛାଡ ହେବ ନାହିଁ ।
  • ଆପଣଙ୍କୁ ସ୍ଵତନ୍ତ୍ରଭାବରେ ଅନୁମୋଦିତ ହୋଇଥିବା ସମସ୍ତ ଅଧିକାର ସଂରକ୍ଷିତ ରଖିଛୁ ।
ଏହି ଚୁକ୍ତିରେ କାହାର ଅଧିକାର ରହିଛି ।
  • ଏହି ଚୁକ୍ତି କୌଣସି ତୃତୀୟ ପକ୍ଷମାନଙ୍କୁ କୌଣସି ଅଧିକାର ଦେଇନଥାଏ।
  • ଆପଣ ଆମର ବିନା ଅନୁମତିରେ ଏହି ଚୁକ୍ତିରେ ଆପଣଙ୍କର ଅଧିକାର କିମ୍ଵା ଦାୟିତ୍ଵ ସ୍ଥାନାନ୍ତର କରିପାରିବେ ନାହିଁ ।
  • ଆମର ଅଧିକାର ଏବଂ ଦାୟିତ୍ଵଗୁଡିକ ଅନ୍ୟଙ୍କୁ ନ୍ୟସ୍ତ କରାଯାଇପାରିବ । ଉଦାହାରଣ ସ୍ଵରୁପ, ଏହା ଘଟିପାରେ ଯଦି ଆମର ମାଲିକାନାରେ ପରିବର୍ତ୍ତନ ହୁଏ (ଯେପରିକି ମିଶ୍ରଣରେ, ଅଧିଗ୍ରହଣରେ, କିମ୍ଵା ସମ୍ପତ୍ତିର ବିକ୍ରିରେ) କିମ୍ଵା ଆଇନ ଅନୁଯାୟୀ ।
ଯଦି କିଛି ଘଟେ ତେବେ କିଏ ଦାୟୀ ଅଟେ ।
  • ଆମେ ଆପଣଙ୍କୁ ଆମର ସେବା ପ୍ରଦାନ କରିବାରେ ଏବଂ ସୁରକ୍ଷିତ ରଖିବାରେ, ସୁରକ୍ଷିତ, ଏବଂ ତ୍ରୁଟି ରହିତ ପରିବେଶରେ ଉଚିତ ଦକ୍ଷତା ଏବଂ ଯତ୍ନ ବ୍ୟବହାର କରିବୁ, କିନ୍ତୁ ଆମେ ଗ୍ୟାରେଣ୍ଟୀ ଦେଇପାରିବୁ ନାହିଁଁ ଯେ ଆମର ସେବା ସର୍ବଦା ବିନା କୌଣସି ବାଧା, ବିଳମ୍ଵ, କିମ୍ଵା ଅପୁର୍ଣ୍ଣତାର ସହିତ ଚାଲିବ । ପ୍ରଦାନ ହୋଇଥିବା ଆମେ ଆବଶ୍ୟକୀୟ ଦକ୍ଷତା ଏବଂ ଯତ୍ନର ସହିତ କାର୍ଯ୍ୟ କରିଛୁ, ଆମେ ଦ୍ଵାୟୀ ସ୍ଵୀକାର କରୁ ନାହୁଁ: ଏହି ସର୍ତ୍ତାବଳୀର ଆମର ଉଲ୍ଲଂଘନ ଦ୍ଵାରା କ୍ଷତି ହୋଇନଥିଏ କିମ୍ଵା ଅନ୍ୟଥା ଆମର କାର୍ଯ୍ୟକଳାପଯୋଗୁଁଁ; କ୍ଷତିଗୁଡିକ ଯାହା ଏହି ସର୍ତ୍ତାବଳୀକୁ ପ୍ରବେଶ କରିବା ସମୟରେ ଆପଣ ଏବଂ ଆମ ଦ୍ଵାରା ଅତି ନିକଟ ନୁହେଁଁ; ଯେକୌଣସି ଅପମାନସୂଚକ, ଅଣଉପଯୁକ୍ତ, ଖରାପ, ବେଆଇନ କିମ୍ଵା ଅନ୍ୟଥା ଆପତ୍ତି ଜନକ ବିଷୟବସ୍ତୁ ଅନ୍ୟଙ୍କ ଦ୍ଵାରା ପୋଷ୍ଟ୍ ହୋଇଥାଏ ଆପଣ ହୁଏତ ଆମର ସେବାରେ ପାଇପାରନ୍ତି; ଏବଂ ଇଭେଣ୍ତ୍‌ଗୁଡିକ ଆମର ଉଚିତ ନିୟନ୍ତ୍ରଣ ବାହାରେ ଅଟେ ।
  • ଉପରୋକ୍ତ ବାହାର କରେ ନାହିଁ କିମ୍ଵା ସୀମିତ କରେ ନାହିଁ ମୃତ୍ୟୁ ପାଇଁ ଆମର ଦାୟୀ, ଆଘାତ, କିମ୍ଵା ଆମର ଅବହେଳାରେ ଘଟିଥିବା ବିଳମ୍ଵରେ ମିଥ୍ୟା ନିରୁପଣର ଠକାମୀ । ଏହା ମଧ୍ୟ ଅନ୍ୟ କୌଣସି ବିଷୟ ପାଇଁ ଆମର ଉତ୍ତରଦାୟିତ୍ୱକୁ ବହିର୍ଭୁକ୍ତ କିମ୍ବା ସୀମିତ କରିନଥାଏ ଯେଉଁଠାରେ ଆଇନ ଆମକୁ ତାହା କରିବା ପାଇଁ ଅନୁମତି ଦେଇନଥାଏ ।
ଆମେ କିପରି ବିବାଦ ନିୟନ୍ତ୍ରଣ କରିବୁ ।
ଯଦି ଆପଣ ଜଣେ ଗ୍ରାହାକ ଅଟନ୍ତି, ଏବଂ ଅଭ୍ୟସ୍ତ ୟୁରୋପୀୟ ୟୁନିୟନ୍‌ର ଜଣେ ସଭ୍ୟ ଷ୍ଟେଟ୍‌ରେ ବାସ କରୁଛନ୍ତି, ସେହି ସଭ୍ୟ ରାଜ୍ୟଙ୍କ ଆଇନ କାର୍ଯ୍ୟପନ୍ଥାର କାରଣ, କିମ୍ଵା ଆମ ବିପକ୍ଷରେ ଆସୁଥିବା ବିବାଦ ଯାହା Facebook ଉତ୍ପାଦଗୁଡିକ ("ଦାବି") କିମ୍ଵା ଏହି ସର୍ତ୍ତାବଳୀକୁ ସମ୍ଵନ୍ଧିତ, ଏବଂ ଆପଣ ହୁଏତ ଆପଣଙ୍କର ଦାବି ଲାଗୁ ହେଉଥିବା ନ୍ୟାୟକ୍ଷେତ୍ରରେ ସମାଧାନ କରିବା । ସମସ୍ତ ଅନ୍ୟ କ୍ଷେତ୍ରରେ, ଆପଣ ରାଜି ହୋଇଛନ୍ତି ଯେ ଦାବି ନିଶ୍ଚିତଭାବରେ ଆୟାରଲ୍ୟାଣ୍ଡର ଗଣତନ୍ତ୍ରର ଉପଯୁକ୍ତ କୋର୍ଟରେ ସମାଧାନ ହେବ ଏବଂ ସେହି ଇରିସ୍ ଆଇନ ଏହି ସର୍ତ୍ତାବଳୀ ଏବଂ ଯେକୌଣସି ଦାବି ପାଳିତ ହେବ, ଆଇନ ବ୍ୟବସ୍ଥାଗୁଡିକର ଦ୍ୱନ୍ଦ୍ୱକୁ ବିଚାରକୁ ନନେଇ ।
ଅବାଞ୍ଛିତ ସାମଗ୍ରୀ ।
ଆମେ ସର୍ବଦା ଆପଣଙ୍କର ମତାମତ ଏବଂ ଅନ୍ୟ ପରାମର୍ଶକୁ ସ୍ୱାଗତ କରୁ, କିନ୍ତୁ ସେଗୁଡିକୁ ବ୍ୟବହାର କରିପାରୁ କୌଣସି ପ୍ରତିବନ୍ଧ କିମ୍ଵା ଦାୟିତ୍ୱ ବିନା ଆପଣଙ୍କୁ ଭରଣା କରିବା ପାଇଁ , ଏବଂ ଆମର ସେଗୁଡିକୁ ଗୋପନୀୟ ରଖିବାକୁ ଦାୟିତ୍ୱ ନାହିଁ ।

ଏହି ସର୍ତ୍ତାବଳୀ ଅଦ୍ୟତନ କରୁଛି

ଆମେ ହୁଏତ ଆମର ସେବା ଏବଂ ନୀତିଗୁଡିକୁ ବଦଳାଇ ପାରୁ, ଏବଂ ଆମେ ଏହି ସର୍ତ୍ତାବଳୀରେ ପରିବର୍ତ୍ତନ କରିବାକୁ ଆବଶ୍ୟକ କରିପାରୁ ଯାହାଦ୍ଵାରା ସେଗୁଡିକ ଆମର ସେବା ଏବଂ ନୀତିଗୁଡିକୁ ସଠିକ ଭାବରେ ଦର୍ଶାଇପାରିବେ । ଅନ୍ୟଥା ଆଇନ ଅନୁସାରେ ଆବଶ୍ୟକ ହେଲେ, ଏହି ସର୍ତ୍ତାବଳୀରେ ପରିବର୍ତ୍ତନ କରିବାର ଅତିକମ୍‌ରେ 30 ଦିନ ପୂର୍ବରୁ ଆମେ ଆପଣଙ୍କୁ ସୂଚିତ କରିବୁ (ଉଦାହରଣ ସ୍ଵରୁପ, ଆମର ସେବାଗୁଡିକ ମାଧ୍ୟମରେ) ଏବଂ ସେଗୁଡିକ ପ୍ରଭାବିତ ହେବା ପୂର୍ବରୁ ସେଗୁଡିକୁ ସମୀକ୍ଷା କରିବାକୁ ଆପଣଙ୍କୁ ସୁଯୋଗ ଦେବୁ। ତାପରେ, ଯଦି ଆପଣ ଏହି ସେବା ବ୍ୟବହାର କରିବା ଜାରି ରଖିବେ, ଆପଣ ଅଦ୍ୟତିତ ସର୍ତ୍ତାବଳୀ ମାନିବାକୁ ବାଧ୍ୟ ହେବେ । ଯଦି ଆପଣ ଏଗୁଡିକୁ କିମ୍ଵା ଯେକୌଣସି ଅଦ୍ୟତିତ ସର୍ତ୍ତାବଳୀକୁ ରାଜି ନହେବାକୁ ଚାହାଁଁନ୍ତି, ଆପଣ ଆପଣଙ୍କର ଏକାଉଣ୍ଟ୍ ବିଲୋପ କରିପାରିବେ, ଏଠାରେ
ସଂଶୋଧିତ: ଏପ୍ରିଲ 19, 2018